ଭାଙ୍ଗିଲା ବିଜେଡିର ସଂଗଠନ,ହେବ ନବକଳେବର

ଭାଙ୍ଗିଲା ବିଜେଡିର ସଂଗଠନ। ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜୁ ମହିଳା ଜନତା ଦଳକୁ ଭାଙ୍ଗିବା ସହିତ, ବିଜୁ ଯୁବ ଓ ଛାତ୍ର ସଙ୍ଗଠନ, ଶ୍ରମିକ ସାମ୍ମୁଖ୍ୟ ଓ ଲିଗାଲ ସେଲକୁ ଭାଙ୍ଗି ଦିଆଯାଇଛି ।ତେବେ ବିଜେଡିରେ ସାଙ୍ଗଠନିକ ର୍ନିବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି ।

ଖୁବଶୀଘ୍ର ବିଜେଡିର ନବକଳେବର ହେବାକୁ ଯାଉଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବିଜେଡିର ସୁପ୍ରିମୋ ଭାବରେ ନବୀନ ପଟ୍ଟନାୟକ ରହିବେ ନା ସେ ଆଉ କାହାକୁ ଉତ୍ତରଦାୟିତ୍ୱ ଦେବେ। ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Post Views39 Total Count

Apply Now


This will close in 0 seconds

error: Content is protected !!