ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ । ଭୋପାଳରୁ ଦିଲ୍ଲୀ ଯାଉଥିବା ବେଳ ଟ୍ରେନରେ ଲାଗିଲା ନିଆଁ । ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍ର ୧୪ ନମ୍ବର କୋଚ୍ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ପରେ ଟ୍ରେନ୍ କୁରୱାଇ କୈଥୋରା ଠାରେ ରହିଥିଲା । ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

