ଯୁକ୍ତ ଦୁଇ ପଢି ଦେଉଥିଲେ ଡାକ୍ତର ପରିଚୟ । ନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ। ଗିରଫ ନକଲି ଡାକ୍ତର ହେଲେ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ।ନିଜକୁ AIIMSର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ପୂର୍ବରୁ 2020 ମସିହାରେ WHOର ସଦସ୍ୟ କହିବାରୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ଗୋଟିଏ ରୋଗୀକୁ ପାଞ୍ଚ ମିନିଟ୍ ଦେଖିବା ପାଇଁ ନେଉଥିଲେ 300 ଟଙ୍କା ଫିସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । କଟକ ରାଣୀହାଟ କେନାଲ ବାଇପାସ୍ ରୋଡରେ ଥିବା ବେଷ୍ଟ ପଲି କ୍ଲିନିକରେ ୬ମାସରୁ ଅଧିକ ଦିନ ଧରି ରୋଗୀ ଦେଖୁଥିଲେ ।

