ଭିଜିଲାନ୍ସ ପଞ୍ଝାରେ ପତି-ପତ୍ନୀ

ଭିଜିଲାନ୍ସ ଜାଲରେ ପିଇଓ ଓ ତାଙ୍କ ସ୍ଵାମୀ। ସ୍ତ୍ରୀ କରିଛନ୍ତି ଚାକିରି, ସ୍ବାମୀ ନେଉଛନ୍ତି ଲାଞ୍ଚ। ସ୍ତ୍ରୀଙ୍କ ପାଇଁ ସ୍ବାମୀ ମହାଶୟ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଯାଇଛନ୍ତି ଭିଜିଲାନ୍ସ ହାତରେ। ଏପରି ରୋଚକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ଜ୍ଞାନ ପଞ୍ଚାୟତରେ। ଜଣେ ଗରିବ ଲୋକଙ୍କଠାରୁ ପିଇଓ ମାଡମ୍ ନିଜ ସ୍ବାମୀଙ୍କ ମାଧ୍ୟମରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜ୍ଞାନ ପଞ୍ଚାୟତ ଅଫିସରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ନୁପୁର ସେଠ୍ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା ପାଇଁ ଜଣେ ଗରିବ ହିତାଧିକାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏତେ ପରିମାଣର ଟଙ୍କା ଦେବା ପାଇଁ ଅସମର୍ଥ ପ୍ରକାଶ କରିବାରୁ ପିଇଓ ନୁପୁର ସେଠ୍ ତାଙ୍କ ଉପରେ ଚାପ ପକାଇ ୫ ହଜାର ଟଙ୍କାରେ ଡିଲ୍ ଫାଇନାଲ କରିଥିଲେ। ଏ ସଂପର୍କରେ ଗରିବ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଭିଜିଲାନ୍ସର ଏକ ଟିମ୍ ଲାଞ୍ଚ ନେବାବେଳେ ପିଇଓ ନୁପୁର ସେଠଙ୍କୁ ଗିରଫ କରିଛି। କିନ୍ତୁ ମାଡମ୍ ପିଇଓ ନିଜେ ଏହି ଲାଞ୍ଚ ଟଙ୍କା ନ ନେଇ ନିଜ ସ୍ବାମୀ ବେଦ ପ୍ରକାଶ ବିଶ୍ବାଳଙ୍କ ମାଧ୍ୟମରେ ନେଉଥିଲେ। ଭିଜିଲାନ୍ସ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଗିରଫ କରିଛି।

 

Post Views18 Total Count

Apply Now


This will close in 0 seconds

error: Content is protected !!