ବିଜେଡି ନେତାଙ୍କ ଉପରେ ପାଣି ମାଡ

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯାଉଛି । ବିଜେଡି କର୍ମୀମାନେ ୨ଟି ବ୍ୟାରିକେଡ୍ ଭାଙ୍ଗିଛନ୍ତି । ଏଣେ ପୁଲିସ୍ ସହ ବିଜେଡି କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି । ଧସ୍ତାଧସ୍ତା ପରେ ଲୋୟର ପିଏମଜିରେ ପୁଲିସ୍ – ବିଜେଡି କର୍ମୀ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ଅନ୍ତିମ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଥିବା ଦେଖିବାକୁ ମିଳିଛି । ପରିସ୍ଥିତି ଭୟାବହ ହେବା ପରେ ପୁଲିସ୍ ପକ୍ଷରୁ ପାଣିମାଡ ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ବିଜେଡିର ବିଧାନସଭା ଘେରାଉ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ସେ କହିଛନ୍ତି, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହୋଇନାହିଁ ବରଂ ପିସି କାରବାର ବନ୍ଦ ହୋଇଛି । ୪୦ ପ୍ରତିଶତ ପିସି କାରବାରରେ ରୋକ ଲାଗିଛି। ବିଜେଡିର ଚାମଚା ଏବଂ ଠିକାଦାରଙ୍କୁ ଏହା ବାଧିଛି। ମୋହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି ।

ବିକାଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସାମିଲ କରି ପଲ୍ଲୀ ସଭା କରି ଗାଁକୁ ବିକଶିତ କରାଯିବ। ସେମାନେ ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଗ୍ରାମ ସଭା କରେଇ ଦେଉନଥିଲେ। ପଞ୍ଚାୟତ ପ୍ରତିନିଧିଙ୍କୁ ପଚାରୁ ନଥିଲେ। ବିଜେଡିର ଦଲାଲ ଏବଂ ଠିକାଦାର ପୋଷିବା ନୀତି ପାଇଁ ବିଧାନସଭା ଭିତରେ ଏବଂ ବାହାରେ ଡ୍ରାମା କରୁଛନ୍ତି ବିଜେଡି ନେତା।

Post Views29 Total Count

Apply Now


This will close in 0 seconds

error: Content is protected !!