ଇଣ୍ଡିଗୋ ଏୟାର ଲାଇନ୍ସ ଅଚଳାବସ୍ଥା ଏଯାଏ ଦୂର ହୋଇନି। ଏପଟେ ବାରମ୍ବାର ବିମାନ ରିସିଡ୍ୟୁଲ ଓ କ୍ୟାନସଲ ପରେ ଅଧ୍ୟୈର୍ଯ୍ୟ ହେଉଛନ୍ତି ଯାତ୍ରୀ। ଜରୁରୀ କାମରେ ଯିବାକୁ ଗତ ୫ ଦିନ ଧରି ଦେଶରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅଟକି ରହିଛନ୍ତି। ଦେଶର ସମସ୍ତ ବିମାବନ୍ଦରରେ ଫସି ରହିଛନ୍ତି ଶହ ଶହ ସଂଖ୍ୟାରେ ଯାତ୍ରୀ ।
ତେବେ ବିମାନ କେବେ ଏବଂ କେତେବେଳେ ସ୍ବଭାବିକ ହେବ, ତାହା ଇଣ୍ଡିଗୋ ଏୟାର ଲାଇନ୍ସ କାଉଣ୍ଟରରେ ଠିକରେ ସୂଚନା ମିଳିପାରୁନଥିବାରୁ ଏହାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଯାତ୍ରୀ। ଦିଲ୍ଲୀ, ମୁମ୍ବାଇ, ପୁଣେ ଭଳି ଆହୁରି ଅନେକ ସ୍ଥାନରେ ଯାତ୍ରୀଙ୍କ ରାଗ ଚରମରେ ପହଞ୍ଚିଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ଯାତ୍ରୀମାନେ କାଉଣ୍ଟରରେ ଇଣ୍ଡିଗୋ କର୍ମଚାରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲୁଥିବା ବେଳେ ସେମାନଙ୍କ ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନାହିଁ। ତେଣୁ ସ୍ଥାନେ ସ୍ଥାନେ ଗଣ୍ଡଗୋଳ ସହ ଉଚ୍ଚ ସ୍ବରରେ ପାଟି କରି ବିମାନ କମ୍ପାନୀ କର୍ମଚାରୀଙ୍କ ଉପରେ ରାଗ ସୁଝାଉଛନ୍ତି ଯାତ୍ରୀ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

