ବୈଶାଖୀ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ଵର – ଓଡ଼ିଶା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଳଚର୍ ଆର୍ଟ ଏକାଡେମୀ ଓଡ଼ିଶା ପକ୍ଷରୁ ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ଓ ବୈଶାଖୀ ମହୋତ୍ସବ ଜୟଦେବ ଭବନ ଭୁବନେଶ୍ୱର ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ଆଇଏଏସ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଦାଶରଥି ଶତପଥୀ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଥିଲେ ରାଷ୍ଟ୍ର ପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ଓ ବାଗ୍ମୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥୀ ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ ସମ୍ମାନୀତ ଅତିଥି ଭାବେ ଓଡିଶୀ ସଙ୍ଗୀତ ଗୁରୁ ପ୍ରଶାନ୍ତ କୁମାର ସାମଲ,ଅବସର ପ୍ରାପ୍ତ ସୈନିକ ଅକ୍ଷୟ କୁମାର ନାଥ,ସଭାପତି ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶାର ନଙ୍ଗୁଳି ବାବା,ବ୍ୟଙ୍ଗ କବି ସମ୍ପଦ କୁମାର ରଥ,ପ୍ରମୁଖ ଯୋଗଦେଇଥିଲେ ।

ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ଜାତୀୟ ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ବୈଶାଖୀ ମହୋତ୍ସବ ଓ ଦେବଦାସୀ କଥା ଉପରେ ଅଭି ଭାଷଣ ଦେଇଥିଲେ ଓଡ଼ିଶାରୁ ୫୦ ଜଣ ଓଡିଶୀ ନୃତ୍ୟଶିଳ୍ପୀଙ୍କୁ ଦେବଦାସୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ତଦ ସହ ୯୦ ଜଣଙ୍କୁ ଓଡ଼ିଶା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।

ସଙ୍ଗୀତ ମୂର୍ଚ୍ଛନା ଚ୍ୟାନେଲ ପ୍ରସ୍ତୁତି ଜଗନ୍ନାଥଙ୍କ ସୁନ୍ଦର ଭାବର ଗୀତଟିଏ ଦେବଦାସୀ ଭଜନ କ୍ୟାସେଟ୍ ଅତିଥିମାନେ ଉନ୍ମୋଚନ କରିଥିଲେ ଉପସ୍ଥାପନାରେ ଶ୍ରୀ ଅନିଲ କୁମାର ବାରିକ,ସୁଶାନ୍ତ କୁମାର ପରିଡ଼ା,କରିଥିବା ବେଳେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ମୋନାଲିସା ମୁଦୁଲି,ବିଜୟ କେତନ ସାହୁ,କୈଳାଶ ଚନ୍ଦ୍ର ସାହୁ,ପ୍ରଭାତୀ ନାୟକ, ବବିନା ପଟ୍ଟନାୟକ, ଗାୟତ୍ରୀ ଗୀତାଞ୍ଜଳି ଦାସ ପ୍ରମୁଖ ସହଯୋଗ କରିଥିଲେ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!