OCSରେ ହଟିଲା ୬ ସୁଯୋଗ ସୀମା

ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଲାଗି ବଡ଼ ଘୋଷଣା। ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ସର୍ବାଧିକ ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ଏହା ସହ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ ୬ଟି ସୁଯୋଗ ରହିଛି, ତାକୁ ଉଠାଇଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି- ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୁକମ୍ପାମୂଳକ ନିଯୁକ୍ତିରେ ଯେଉଁ କଟକଣା ରହିଥିଲା ତାହାକୁ କୋହଳ କରାଯାଇଛି। ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି.ଦୁଇ ବର୍ଷରେ ରାଜ୍ୟ ସରକାର, ‘ସବ୍‍କା ସାଥ, ସବ୍‍କା ବିକାଶ, ସବ୍‍କା ବିଶ୍ବାସ ଓ ସବ୍‍କା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟରତ ରହିଛି। ରାଜ୍ୟ ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା । ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ହେଉଛନ୍ତି କୃଷକ, ମତ୍ସ୍ୟଜୀବୀ ଓ ପ୍ରାଣିପାଳକ। ୨୦୨୭ ମସିହା ଶେଷ ସୁଦ୍ଧା, ସବୁ ଗାଁକୁ ଏହି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ‘କେଜି ରୁ ପିଜି’ ଶିକ୍ଷାକୁ ସଂପୂର୍ଣ୍ଣ ଭାବେ ନିଃଶୁଳ୍କ କରିବା ହେଉଛି ଏହାର ସବୁଠାରୁ ବଡ ଉଦାହରଣ। ଅର୍ଥାତ୍, ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ତଥା ସରକାରୀ ପ୍ରତିଷ୍ଠାନରେ ଶିକ୍ଷାକୁ ମାଗଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨,୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଏଇ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆ ଯାଇଛି। ଉଚ୍ଚଶିକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ସହିତ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ – ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତଥା ରାଜ୍ୟ ସରକାରଙ୍କ ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାର ମିଳିତ କାର୍ଯ୍ୟକାରିତା ଯୋଗୁଁ ରାଜ୍ୟର ୩ କୋଟି ୭୦ ଲକ୍ଷ ଲୋକ ଅର୍ଥାତ ୮୦ ପ୍ରତିଶତ ଲୋକଙ୍କ ପାଇଁ ଦେଶର ପ୍ରତିଷ୍ଠିତ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେବା, ଆଉ ସ୍ଵପ୍ନ ନୁହେଁ, ଏହା ବାସ୍ତବତାରେ ପରିଣତ ହୋଇଛି। ଅର୍ଥନୈତିକ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଓ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଉଲ୍ଲେଖନୀୟ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!