ଅନ୍ତରୀଣ ପୁଲିସ ଡିଜିପି ଭାବେ ନିଯୁକ୍ତ ହେଲେ ୧୯୯୩ ବ୍ୟାଚ୍ IPS ବିନୟତୋଷ ମିଶ୍ର

ରାଜ୍ୟ ପୁଲିସରେ ବଡ଼ ପରିବର୍ତ୍ତନ। ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଓଡ଼ିଶାର ଅନ୍ତରୀଣ ପୁଲିସ ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ସେ କ୍ରାଇମ୍ ବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନର ପୁଲିସ ଡିଜି ୱାଇ. ବି. ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ଅବସର ପରେ ବିନୟତୋଷ ମିଶ୍ର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେବେ।
ଅନ୍ୟପଟେ ରାଜ୍ୟର ନୂଆ ଡିଜିପି ନିଯୁକ୍ତି ପାଇଁ ୟୁପିଏସ୍ସିରେ ଚାଲିଥିବା ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟଙ୍କ ଆଗାମୀ ନିର୍ଦ୍ଦେଶ ଉପରେ ନୂଆ ଡିଜିପି ନିଯୁକ୍ତିର ପରବର୍ତ୍ତୀ ପଦକ୍ଷେପ ନିର୍ଭର କରିବ। ସେପର୍ଯ୍ୟନ୍ତ ବିନୟତୋଷ ମିଶ୍ର ରାଜ୍ୟ ପୁଲିସର କାମଚଳା ଡିଜିପି ଭାବେ ଦାୟିତ୍ୱ ତୁଲାଇବେ। ନୂଆ ଡିଜିପି ଚୟନ ଓ ନିଯୁକ୍ତ ହେବା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ ବିନୟତୋଷ ମିଶ୍ର।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!