ରୋଜଗାର ମେଳା ଯୁବବର୍ଗଙ୍କ ସ୍ବପ୍ନକୁ ସାକାର କରିଛି-ରାଜ୍ୟପାଳ

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍ କର୍ମସ (ଆଇସିସି )ନିଯୁକ୍ତି ମେଳା ୨୦୨୪ ଗ୍ରାଣ୍ଡ ଲୁମ୍ବିନି କନଭେନସନରେ ବହୁତ ଉତ୍ସାହ ଓ ଉଦ୍ଦୀପନାରେ ଆରମ୍ଭ ହୋଇଛି। ଆଇସିସି ଦକ୍ଷତା ଓ ଶିକ୍ଷା କମିଟି ଆବାହିକା ସିକତା ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ମେଳାକୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଉଦଘାଟନ କରି କହିଥିଲେ ଯେ ଏହି ରୋଜଗାର ମେଳା ଚାକିରୀ ଖୋଜୁଥିବା ଉତପ୍ରେରକ ଭାବେ ଯୁବକ ଯୁବତୀମାନଙ୍କୁ ସଶକ୍ତିକରଣ କରିଛି। ଏହା ରାଷ୍ଟ୍ରୀୟ ବିକାଶ ନିମନ୍ତେ ସାର୍ଥକ ଅବସର ପ୍ରଦାନ କରୁଛି।

ରୋଜଗାର ମେଳା ଯୁବବର୍ଗଙ୍କ ସ୍ବପ୍ନକୁ ସାକାର କରିବାର ଏକ ସଶକ୍ତ ମାଧ୍ୟମ ହୋଇଛି। ବର୍ତ୍ତମାନ ଭାରତ ସବୁଠୁ ତୀବ୍ର ବେଗରେ ବଢୁଥିବା ଅର୍ଥ ବ୍ୟବସ୍ଥାକୁ ନେଇ ଆଗକୁ ବଢିବା ସହ ସ୍କିଲଠାରୁ ନେଇ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ରୋଜଗାର ଦେବାର ସକ୍ଷମ ହୋଇ ପାରିଛି। ଓଡିଶାରେ ଦକ୍ଷତା ବିକାଶ ବୃଦ୍ଧି ପାଉଛି। ଯୁବକ ଯୁବତୀମାନେ କୁଶଳୀ ହୋଇପାରିଛନ୍ତି। ଓଡିଶାରେ ବଡ ବଡ ସାମୁଦ୍ରିକ ଅବବାହିକା ରହିଛି। ଏହାର ଆହୁରି ଉନ୍ନତିକରଣ କରାଯାଇପାରିବ। ରୋଜଗାର ମେଳା ସହ ହସ୍ତତନ୍ତ ହସ୍ତଶିଳ୍ପ ଉପରେ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉ। ଏହା ଦ୍ବାରା ଅନେକ ଚାକିରୀ ସୃଷ୍ଟି ହୋଇପାରିବ। ସେହିପରି ଓଡିଶାର ପାରଦୀପରେ ବୃହତ୍ତମ ବନ୍ଦର ରହିଛି। ଏହାର ଉନ୍ନତି ପାଇଁ ମୁଁ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିବି। ଏହା ସହ ଆଇସିସିକୁ ଧନ୍ୟବାଦ ଜଣାଇବା ସହ ଚାକିରି ପାଇବାକୁ ଥିବା ଆଶାୟୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଆଇସିସି ଓଡିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଜେବି ପାଣିଙ୍କ ଅଧ୍ୟକ୍ଷତାରେ ଉପ ଅଧ୍ୟକ୍ଷ ରାଜୀବ ଏସ୍ ସାହୁ, ଆଇସିସି ଦକ୍ଷତା ଶିକ୍ଷା କମିଟି ଉପଦେଷ୍ଟା ବଦ୍ରି ଏନ୍ ପଟ୍ଟନାୟକ, ଏସଏନଏମ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି ଓ ଆଇସିସି ଆଞ୍ଚଳିକ ନିର୍ଦ୍ଦେଶକ ଜେପି ପାଲ ଉପସ୍ଥିତ ଥିଲେ।

ଉଦଘାଟନର ପ୍ରଥମ ଦିନରେ ଏକ ପ୍ରଶଂସନୀୟ ଭିଡ଼ ଲକ୍ଷ୍ୟ କରାଯାଇଥିଲା। ଯେଉଁଥିରେ ୧ ହଜାରରୁ ଉର୍ଦ୍ଧ୍ୱ ଆବେଦନକାରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିରେ ତିନିଟି ଗୁରୁତ୍ବପୂର୍ଣ୍ଣ ବୈଷୟିକ ଅଧିବେଶନ ଥିଲା, ଯାହା ପ୍ରାର୍ଥୀମାନଙ୍କର ନିଯୁକ୍ତିଯୋଗ୍ୟତା ଦକ୍ଷତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲା। ପ୍ରଥମ ଅଧିବେଶନ “ନିଯୁକ୍ତି ସାକ୍ଷାତକାରର ପରିଚୟ” ନିଯୁକ୍ତି ପ୍ରାର୍ଥୀମାନଙ୍କୁ ନିଜର ବ୍ୟକ୍ତିତ୍ୱ ପ୍ରଦର୍ଶନ ଦିଗରେ ମୂଲ୍ୟବାନ ପରାମର୍ଶ ଏବଂ ପଦ୍ଧତି ଶିକ୍ଷା ଦେଇଥିଲା।

ଦ୍ବିତୀୟ ଅଧିବେଶନ “ରେଜୁମେ ଏବଂ ଆବରଣ ପତ୍ରର ସୁଦୃଢୀକରଣ” ଉପରେ କେନ୍ଦ୍ରିତ ଥିଲା, ଯାହା ପ୍ରାର୍ଥୀମାନଙ୍କୁ ଆକର୍ଷଣୀୟ ରେଜୁମେ ଏବଂ ଆବରଣ ପତ୍ର ତିଆରି କରିବା ଦିଗରେ କୌଶଳ ପ୍ରଦାନ କରିଥିଲା। ଅନ୍ତିମ ଅଧିବେଶନ “ଟେକ୍ନିକାଲ୍ ସାକ୍ଷାତକାର ପ୍ରସ୍ତୁତି” ଥିଲା, ଯାହା ପ୍ରାର୍ଥୀମାନଙ୍କୁ ବୈଷୟିକ ସାକ୍ଷାତକାର ପାଇଁ କିପରି ପ୍ରସ୍ତୁତ ହେବା ଏବଂ ସଫଳ ହେବା ଦିଗରେ ଗୁରୁତ୍ୱ ପ୍ରଦାନ କରିଥିଲା।

ଏହି ଅଧିବେଶନ ଗୁଡିକ ଉତ୍କଳ ବିଶ୍ବବିଦ୍ୟାଳୟ, ଏକ୍ସଆଇଏମ ବିଶ୍ବବିଦ୍ୟାଳୟ ଏବଂ ଇନଫୋସିସ୍ ର ବିଶିଷ୍ଟ ଅଧ୍ୟାପକ ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା, ଯାହା ପ୍ରାର୍ଥୀମାନଙ୍କୁ ଅଧିକ ଜ୍ଞାନ ଏବଂ ବ୍ୟବହାରିକ ଜ୍ଞାନ ପ୍ରଦାନ କରିଥିଲା।
ଆଇସିସି ନିଯୁକ୍ତି ମେଳା ୨୦୨୪ ଦୁଇଦିନ ଚାଲୁ ରହିବ, ଯାହା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରାର୍ଥୀମାନଙ୍କ ପାଇଁ ଅଧିକ ସୁଯୋଗ ଏବଂ ଅଂଶଗ୍ରହଣ ଦେବାର ପ୍ରତିଶ୍ରୁତି ଦେଇଥିଲା

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!