୨୦୨୬ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ସମ୍ମାନ ମିଳିଛି । ସେ ଆମେରିକାର ୱିସକନସିନ୍–ମାଡିସନ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ।
ଆଇସ୍ କ୍ୟୁବ୍ ନ୍ୟୁଟ୍ରିନୋ ପର୍ଯ୍ୟବେକ୍ଷଣ କେନ୍ଦ୍ର ପ୍ରତିଷ୍ଠାରେ ତାଙ୍କର ବଡ଼ ଅବଦାନ ଏବଂ ମହାକାଶରୁ ଆସୁଥିବା ଅତ୍ୟଧିକ ଶକ୍ତିଶାଳୀ ନ୍ୟୁଟ୍ରିନୋକୁ ଚିହ୍ନଟ କରିବାରେ ତାଙ୍କ କାମ ପାଇଁ ଏହି ନୋବେଲ୍ ଦିଆଯାଇଛି । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି ।
ହାଲଜେନଙ୍କ ଗବେଷଣା ବ୍ରହ୍ମାଣ୍ଡରେ ଘଟୁଥିବା ଅତ୍ୟନ୍ତ ଶକ୍ତିଶାଳୀ ଘଟଣାଗୁଡ଼ିକର ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ ଏକ ନୂଆ ରାସ୍ତା ଦେଖାଇଛି । ହାଲଜେନ ଦକ୍ଷିଣ ମେରୁର ଗଭୀର ବରଫକୁ ଏକ ବିଶାଳ କଣିକା ଚିହ୍ନଟ କେନ୍ଦ୍ର ଭାବେ ବ୍ୟବହାର କରିବାର ଧାରଣା ଦେଇଥିଲେ । ଏହି ଧାରଣାକୁ ଆଧାର କରି ପରେ ଆଇସ୍ କ୍ୟୁବ୍ ନ୍ୟୁଟ୍ରିନୋ ପର୍ଯ୍ୟବେକ୍ଷଣ କେନ୍ଦ୍ର ତିଆରି ହୋଇଥିଲା ।
ଦକ୍ଷିଣ ମେରୁର ବରଫ ତଳେ ପ୍ରାୟ ଏକ ଘନ କିଲୋମିଟର ଅଞ୍ଚଳରେ ଅନେକ ଆଲୋକ ସମ୍ବେଦନଶୀଳ ଯନ୍ତ୍ର ଲଗାଯାଇଛି । ଏହି ଯନ୍ତ୍ରଗୁଡ଼ିକ ମହାକାଶରୁ ଆସୁଥିବା ନ୍ୟୁଟ୍ରିନୋକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।

