ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହତ୍ୟା ଧମକ। ଏହି ଧମକପୂର୍ଣ୍ଣ କଲ୍ ଆସିବା ପରେ ପୁଲିସ ତୁରନ୍ତ ଆକ୍ସନ ମୁଡ୍କୁ ଆସିଥିଲା। ତଦନ୍ତ ଆରମ୍ଭ କରିଥିଲା ପୁଲିସ।
ତଦନ୍ତର କିଛି ସମୟ ମଧ୍ୟରେ ହିଁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଥିଲା।
ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି ଯେ, କଲ୍ କରିଥିବା ବ୍ୟକ୍ତି ଜଣକ ଜଣେ ମାନସିକ ବିକୃତ ରୋଗୀ। ତାଙ୍କ ନାଁ ଜୟ ପ୍ରକାଶ ଓ ବୟସ ୩୮ ବର୍ଷ।
ଅଭିଯୁକ୍ତ ଏବେ ଦିଲ୍ଲୀର ଗୁଲାବି ବାଗ୍ରେ ଚିକିତ୍ସାଧୀନ ଅଛି। ଏହି କାରଣରୁ ପୁଲିସ୍ ତାକୁ ଧରିବା ପରେ ବି ଗିରଫ କରିନାହିଁ।ଏନେଇ ଦିଲ୍ଲୀ ପୁଲିସ ସୂଚନା ଦେଇଛି।

