ଇଣ୍ଡିଆ ବ୍ଲକ୍‌ର ବନ୍ଦକୁ ବିଜେଡିର ସମର୍ଥନ!

ଇଣ୍ଡିଆ ବ୍ଲକ୍‌ର ଓଡ଼ିଶା ବନ୍ଦ ଡାକରାରେ ସାମିଲ ହେଲା ବିଜେଡି । ଆସନ୍ତାକାଲିର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ଆଜି ସମର୍ଥନ ଜଣାଇଛି ବିଜୁଜନତା ଦଳ । ୪ ଦଫା ଦାବିରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ଏନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛି ଇଣ୍ଡିଆ ବ୍ଲକ୍ । ଏଥିରେ ବିଜେଡି ମଧ୍ୟ ଆଜି ନିଜ ସମର୍ଥନ ଜଣାଇଛି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟ ସରକାରୀ-ବେସରକାରୀ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ ।

ଅଷ୍ଟମ ଓ ନବମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଯାତାୟାତରେ ଯେପରି ସମସ୍ୟା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ । ଏସ୍‌ଆଇଆର୍ ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରାଯାଇଛି । ଏମ୍‌ଏମ୍‌ଡିଆର୍ ଆଇନ ସଂଶୋଧନ ପ୍ରତ୍ୟାହାର କରି ଓଡ଼ିଶାର ଖଣିଜ ସମ୍ପଦ ସୁରକ୍ଷା କରିବାକୁ ଦାବି ହୋଇଛି ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!