ପୁଣି ମନୀଷ ସିସୋଦିଆଙ୍କୁ ‘ସିବିଆଇ’ର ସମନ୍

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ‘ସିବିଆଇ’ ପୁଣି ଥରେ ସମନ୍ କରିଥିବା ସୂଚନା ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ ଘଟଣାରେ‘ସିବିଆଇ’ର ମୁଖ୍ୟାଳୟରେ ତାଙ୍କୁ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଛି।

ସେ କହିଛନ୍ତି, ‘ସିବିଆଇ’ କାଲି ପୁଣି ଡକାଇଛି। ମୋ ବିରୋଧରେ ସେମାନେ ‘ସିବିଆଇ’, ‘ଇଡି’ର ସମସ୍ତ ଶକ୍ତି ଲଗାଇଛନ୍ତି। ଘରେ ଚଢ଼ଉ, ବ୍ୟାଙ୍କ୍ ଲକର୍ ତଲାସ କରି ମଧ୍ୟ କିଛି ପାଇଲେ ନାହିଁ।

ମନୀଷ କହିଛନ୍ତି ଯେ, ଅବକାରୀ ଦୁର୍ନୀତି ମାମଲାରେ ସେ ସବୁବେଳେ ସହଯୋଗ କରି ଆସିଛନ୍ତି ଓ କରିବେ ମଧ୍ୟ।

Post Views59 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!