ଦେଶ ପାଳୁଛି 77 ତମ ସ୍ବାଧୀନତା ଦିବସ । ଫରଫର ହୋଇ ଉଡୁଛି ତ୍ରିରଙ୍ଗା ପତାକା । ଦେଶର ପ୍ରତିଷ୍ଠିତ ସ୍ମାରକୀସ୍ଥଳ ଗୁଡ଼ିକ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି ।
ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ଭବନ, ଇଣ୍ଡିଆ ଗେଟ୍ ଭଳି ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଏପଟେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ପରେଡ୍ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

