୨୦୨୩ ବିଶ୍ୱକପରୁ ବାଦ୍ ପଡିବା ପରେ ଘରକୁ ଫେରିବା ପୂର୍ବରୁ ଆଫଗାନିସ୍ତାନ ଦଳର ଖେଳାଳି ରହମାନୁଲ୍ଲା ଗୁରୁବାଜ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଛନ୍ତି। ଗୁରୁବାଜଙ୍କର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିଳମ୍ବିତ ରାତିରେ ଗରିବ ଲୋକଙ୍କୁ ୫୦୦-୫୦୦ ଟଙ୍କା ନୋଟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଗୁରୁବାଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଗୁରୁବାଜ ଅହମ୍ମଦାବାଦ ରାସ୍ତାରେ ବିଳମ୍ବିତ ରାତି ୩ ଟାରେ ବାହାରି ଦିୱାଲୀ ପୂର୍ବରୁ କିଛି ଟଙ୍କା ଦେଇ ଅଭାବୀ ଲୋକଙ୍କୁ ସାହାଯ୍ୟ କରି ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛନ୍ତି।କେବଳ ଏତିକି ନୁହେଁ, ସେ ଫୁଟ୍ଫାତ୍ରେ ଶୋଇଥିବା ଲୋକଙ୍କୁ ନିଜରୁ ନଉଠାଇ ଚୁପ୍ ଚାପ୍ ଟଙ୍କା ରଖି ଚାଲିଯାଉଥିବାର ଭିଡିଓରେ କଏଦ୍ ହୋଇଛି । ଯାହାକୁ ଏକ ଭାରତୀୟ ଲୋକ କିଛି ଦୂରରେ ଥାଇ ରେକଡିଂ କରିବା ପରେ ତାକୁ ସୋସିଆଲ ମିଡିଆରେ ଛାଡିଥିବା ଜଣାପଡିଛି ।
Related Posts
ରାଜ୍ୟଗୋଷ୍ଠୀ ପାରା ଅସିଚାଳନା: ଓଡ଼ିଶା ପୁରୁଷ ଖେଳାଳି ଜିତିଲେ ୫ ପଦକ
ଚଳିତ ରାଜ୍ୟଗୋଷ୍ଠୀ ପାରା ଅସିଚାଳନା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ଖେଳାଳି ଦମ୍ଦାର ପ୍ରଦର୍ଶନ କରିଛନ୍ତି। ବୁଧବାର ମହିଳା…
ICC ଟି-୨୦ ଟିମ୍ ରାକିଂରେ ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ
ଭାରତଠାରୁ ୪ବର୍ଷ ପରେ ଟି-୨୦ ରାକିଂର ତାଜ୍ ହାତଛଡ଼ା ହୋଇଛି । ଆୟରଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ବିପର୍ଯ୍ୟସ୍ତ ଭାବେ…
ଖାଲରୁ ବର୍ତ୍ତିବା ପାଇଁ କରୁଥିଲେ ଚେଷ୍ଟା , ଅନିୟନ୍ତ୍ରଣ ହୋଇ ହେଲା ଦୁର୍ଘଟଣା
ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏନର ନିର୍ଦ୍ଦେଶକ ଶ୍ୟାମ ଶର୍ମା ପନ୍ତଙ୍କ ସହ ଦେଖା ହେବା ପରେ ତାଙ୍କ ଦୁର୍ଘଟଣାର…

