୨୦୨୩ ବିଶ୍ୱକପରୁ ବାଦ୍ ପଡିବା ପରେ ଘରକୁ ଫେରିବା ପୂର୍ବରୁ ଆଫଗାନିସ୍ତାନ ଦଳର ଖେଳାଳି ରହମାନୁଲ୍ଲା ଗୁରୁବାଜ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଛନ୍ତି। ଗୁରୁବାଜଙ୍କର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିଳମ୍ବିତ ରାତିରେ ଗରିବ ଲୋକଙ୍କୁ ୫୦୦-୫୦୦ ଟଙ୍କା ନୋଟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଗୁରୁବାଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଗୁରୁବାଜ ଅହମ୍ମଦାବାଦ ରାସ୍ତାରେ ବିଳମ୍ବିତ ରାତି ୩ ଟାରେ ବାହାରି ଦିୱାଲୀ ପୂର୍ବରୁ କିଛି ଟଙ୍କା ଦେଇ ଅଭାବୀ ଲୋକଙ୍କୁ ସାହାଯ୍ୟ କରି ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛନ୍ତି।କେବଳ ଏତିକି ନୁହେଁ, ସେ ଫୁଟ୍ଫାତ୍ରେ ଶୋଇଥିବା ଲୋକଙ୍କୁ ନିଜରୁ ନଉଠାଇ ଚୁପ୍ ଚାପ୍ ଟଙ୍କା ରଖି ଚାଲିଯାଉଥିବାର ଭିଡିଓରେ କଏଦ୍ ହୋଇଛି । ଯାହାକୁ ଏକ ଭାରତୀୟ ଲୋକ କିଛି ଦୂରରେ ଥାଇ ରେକଡିଂ କରିବା ପରେ ତାକୁ ସୋସିଆଲ ମିଡିଆରେ ଛାଡିଥିବା ଜଣାପଡିଛି ।

