ଦିଲ୍ଲୀରେ ଧରାପଡିଲା ପିଲାଚୋରଙ୍କ ବଡ ଗ୍ୟାଙ୍ଗ

ଏବେ କେବଳ ଦିଲ୍ଲୀ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ପିଲା ଚୋର ମାତିଥିବାର ଖବର ଆସୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି ।
ଦିଲ୍ଲୀରେ ଧରାପଡିଲା ପିଲାଚୋରଙ୍କ ବଡ ଗ୍ୟାଙ୍ଗ । ୮ ନବଜାତଙ୍କୁ ଉଦ୍ଧାର କରିଛି ସିବିଆଇ ପୋଲିସ । ଏହି ମାମଲରେ ଏକାଧିକ ମହିଳା ପିଲା ଚୋର ଓ ଚାଲାଣକାରୀଙ୍କୁ ପୁଲିସ ଗିରଫ କରିବା ସହ ବିଭିନ୍ନ ଅଞ୍ଚଳରେ ରେଡ୍ ଜାରି ରଖିଥିବା ଜଣାପଡିଛି ।

ମାନବ ଚାଲାଣ ଖବର ପାଇ ପ୍ରଥମେ ଦିଲ୍ଲୀ କେଶବ ପୁରମ ଅଞ୍ଚଳରେ ରେଡ କରିଥିଲା ସିବିଆଇ । ଏହି କ୍ରମରେ ସିବିଆଇକୁ ମିଳିଥିଲା ଏଭଳି ଜାଗା ଯେଉଁଠାରେ କିଛି ନବଜାତଙ୍କୁ ରଖାଯାଇଥିଲା ।
ସେଠାରେ ଧରାପଡିଥିବା ମହିଳା ପୁରୁଷଙ୍କୁ ଜେରା କରାଯିବାରୁ ସେମାନେ ସତ ମାନିଥିଲେ ।

ସମସ୍ତ ନବଜାତଙ୍କୁ ହସ୍ପିଟାଲରୁ ଚୋରୀ କରାଯାଇଥିବା ମାନିଥିଲେ । ଏହି ଘଟଣାରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ ଚାଲିଛି ।

Post Views45 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!