ପାଞ୍ଚ ଲକ୍ଷ ରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ

ତା୧୩-୦୮-୨୦୨୪ରିଖ ମଙ୍ଗଳବାର ସନ୍ଧ୍ୟା ୭ଘଟିକା ସମୟରେ ହୋଟେଲ ନ୍ୟୁ ମ୍ୟାରିୟନ, (ରାମ ମନ୍ଦିର ସମ୍ମୁଖ) ଭୁବନେଶ୍ବରଠାରେ “Access to Vision” ର ଶୁଭ ଉଦଘାଟନ ହୋଇ ଯାଇଛି । ଏହି ଶୁଭ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋଷ, କଟକ, ସମ୍ମାନିତ ଅତଥି ଭାବେ ଶ୍ରୀ ସଞ୍ଜୀବ କୁମାର ପାଣିଗ୍ରାହୀ, ବିଚାରପତି, ଉଚ୍ଚ ନ୍ୟାୟାଳୟ, କଟକ ଏବଂ ଭାରତୀୟ ଫୁଟବଲ ଦଳର ପୂ୍ର୍ବତନ ଖେଳାଳୀ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ ,ଭୁବନେଶ୍ବର ର ମେୟର ସୁଲୋଚନା ଦାସ୍, ଅଭିନେତା ଅଭିଷେକ୍ ଗୀରି, ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରିଷ୍ଟୋରିଙ୍ଗ ଭିଜନ, ଆମେରିକା, ସୁପ୍ରିମ ଟାସ୍କ ଇଣ୍ଡିଆ ଏବଂ ଏଏ ସର୍ଭିସେସ୍ ର ମିଳିତ ପ୍ରୟାସରେ “ଆକ୍ସେସ୍ ଟୁ ଭିଜନ୍ କେୟାର” ପ୍ରୋଜେକ୍ଟ ଅନୁଷ୍ଠିତ ହଉଛି ।

ଏହା ଏକ ଅନନ୍ୟ ପ୍ରୋଜେକ୍ଟ ଯୋଉଥିରେ କି ଓଡିଶାରେ ୩୫-୬୫ ବର୍ଷ ବୟସର ୫,୦୦୦୦୦ ଲୋକଙ୍କ ମଧ୍ୟରେ ବିଓପିଆ ଓ ମିଓପିଆ ରୋଗର ଚି଼ହ୍ନଟ ଏବଂ ତା’ର ଦୂରୀକରଣ ପାଇଁ ଧ୍ୟାନ ଦିଆଯିବ । ଏହି ପ୍ରୋଜେକ୍ଟରେ ରୋଗ ଚିହ୍ନଟ କରି ମାଗଣାରେ ପ୍ରାୟ ପାଞ୍ଚ ଲକ୍ଷ ରୋଗୀ ଙ୍କୁ ଚଷମା ପ୍ରଦାନ କରାଯିବ , ଓଡିଶା ରଆୟ ସମ୍ଭାବନା ବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ ଏବଂ ଭିଜନ ସ୍କ୍ରିନିଂ ଏବଂ ପଢ଼ିବା ଚଷମାକୁ ମଗଣା ବିତରଣ ବୃଦ୍ଧି କରି ଓଡିଶାରେ ସ୍ଥାୟୀ ରୋଜଗାର ବୃଦ୍ଧି କରିବା କୁ ଏ ସଂସ୍ଥା ଲକ୍ଷ୍ୟ ରଖିଛି,ସୁପ୍ରିମ ଟାସ୍କ ଇଣ୍ଡିଆ ର ନ୍ୟାସ୍ନାଲ୍ ଡିରେକ୍ଟର ଅଜିତ୍ ପାଲ୍ଏବଂ ରିଜୋନାଲ୍ ଡାଇରେକ୍ଟର୍ ଆକାଂକ୍ଷା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!