ବିଗିଡ଼ିଲା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରିପୋର୍ଟ ଅନୁଯାୟୀ, ରକ୍ତରେ ଶର୍କରା ବୃଦ୍ଧି ପାଇବା ଯୋଗୁଁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଛି। ପାଟନାର ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ପଠାଇବାକୁ ପଡିବ, ଏପରି ପରିସ୍ଥିତିରେ ତାଙ୍କୁ ଯେକୌଣସି ସମୟରେ ଦିଲ୍ଲୀ ନିଆଯାଇପାରେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ସେ ଅପରାହ୍ନ ୪ଟା ସୁଦ୍ଧା ଦିଲ୍ଲୀ ଯିବେ। ତାଙ୍କୁ ରାବ୍ରିଙ୍କ ବାସଭବନରେ ହିଁ ଚିକିତ୍ସା କରାଯାଉଥିଲା। ତାଙ୍କ ସ୍ବସ୍ଥ୍ୟାବସ୍ଥା ଖରାପ ହେଉଥିବା ଦେଖି ଡାକ୍ତରମାନେ ତାଙ୍କୁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଛନ୍ତି। ଲାଲୁ ପ୍ରସାଦ ଯାଦବ ଗତ ଦୁଇ-ତିନି ଦିନ ଧରି ଅସୁସ୍ଥ ଥିବା ସୂଚନା ମଧ୍ୟ ଆସୁଛି।

ସେ ଗତ ଦୁଇ ଦିନ ଧରି ରକ୍ତରେ ଶର୍କରା ବୃଦ୍ଧି ସମସ୍ୟାରେ ପୀଡିତ ଥିଲେ। ବୁଧବାର ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା, ଏହା ପରେ ପାଟନାର ରାବ୍ରି ବାସଭବନରେ ଡାକ୍ତରଙ୍କ ଏକ ଦଳ ତାଙ୍କ ଉପରେ ନଜର ରଖିଛନ୍ତି।

Post Views11 Total Count

Apply Now


This will close in 0 seconds

error: Content is protected !!