ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ। ସିସିଟିଭି ଓ ମୋବାଇଲରୁ ମିଳିଛି ବଳିଷ୍ଠ ପ୍ରମାଣ। କ୍ରାଇମ୍ ସିନ୍ ସିସିଟିଭିରେ କଏଦ ହୋଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଜିଜି ବିନୟତୋଷ ମିଶ୍ର। ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଯଥେଷ୍ଟ ପ୍ରମାଣ ରହିଛି। କଠୋରରୁ କଠୋର ଦଣ୍ଡ ପାଇଁ ସବୁ ପ୍ରୟାସ ହେବ। ଘଟଣାକୁ ମୋବାଇଲରେ ଭିଡିଓ କରିଥିଲେ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କର ମୋବାଇଲ୍ ଜବତ କରି SFSLକୁ ପଠାଯାଇଛି । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ଗଣଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ଭିତରେ କ୍ରାଇମବ୍ରାଞ୍ଚ ୧୦ ଜଣଙ୍କୁ ଧରି ତନାଘନା ଚଳାଇଛି। ଅପରାହ୍ନରେ ବ୍ରହ୍ମପୁର ସେଣ୍ଟ୍ରାଲ୍ ଜେଲରେ ହୋଇଥିବା ଟିଆଇ ପରେଡରେ ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁ। ତେଣୁ ଅଧିକ ତଥ୍ୟ ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ଏବେ ରିମାଣ୍ଡରେ ନେଇପାରେ।

ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ମାନଙ୍କ ଟିଆଇ ପରେଡ ହୋଇଥିବା ବେଳେ ସମସ୍ତଙ୍କୁ ଚିହ୍ନଟ କରିଥିଲେ ପୀଡିତା। ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନଙ୍କ ମଧ୍ୟରେ ଅଛନ୍ତି ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ ନାଁରେ ପୂର୍ବରୁ ମଧ୍ୟ ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ। ୪ ନାବାଳକଙ୍କୁ ୧୭ ବର୍ଷ ହୋଇଥିବାରୁ ସେମାନଙ୍କୁ ସାବାଳକ ଭାବେ ବିଚାର କରି କଠୋର ଦଣ୍ଡ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯିବ ବୋଲି କହିଥିଲେ ବ୍ରହ୍ମପୁର ଏସପି।

Post Views3 Total Count

Apply Now


This will close in 0 seconds

error: Content is protected !!