ଅଟୋକୁ ଧକ୍କା ପରେ ଦୋକାନକୁ ଧସେଇ ପସିଲା ଟ୍ରାଭେଲର

ବଡଗଡ଼ ବ୍ରିଟ କଲୋନୀରେ ଖେଳଇଲା ଆତଙ୍କ । ପ୍ରଥମେ ଏକ ଅଟୋକୁ ଧକ୍କା ପରେ ଦୋକାନକୁ ଧସେଇ ପସିଲା । ଦ୍ରୁତ ଗତିରେ ମାଡି ଆସିଲା ଟ୍ରାଭେଲର ଭ୍ଯାନ ।

ଅଟୋକୁ ପିଟିବା ସହ ଏକ ଚାହା ଦୋକାନ ଭିତରେ ପଶି ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି। ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତି ଥରା ଦୃଶ୍ୟ ।

ଜଣେ ପୋଲିସ କର୍ମୀ ଗୁଡ଼ୁ ପିଲେଇ ଗୁରୁତର ସହ ଅନ୍ୟ ଜଣେ ମଧ୍ୟ ସ୍ଥାନୀୟ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୁଡୁ ବାଇକ ଯୋଗେ ଥାନାକୁ ଆସୁଥିଲା ।

ଦୁର୍ଘଟଣା ସମୟରେ ଗଭୀର ଆଘାତ ଲାଗିବା ଫଳାରେ ଆହତ ହୋଇଛନ୍ତି। ଅନ୍ୟ ଜଣେ ସ୍ଥାନୀୟ ଲୋକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

Post Views2 Total Count

Apply Now


This will close in 0 seconds

error: Content is protected !!