ଭକ୍ତଙ୍କୁ ଆଶ୍ବସ୍ତି ଦେଲା ଭଳି ଏ ତଥ୍ୟ ବିଧାନସଭାରେ ରଖିଛନ୍ତି ଖୋଦ୍ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟିକା ଉପାସନା ମହାପାତ୍ର ଓ ବିଧାୟକ ଧୃବ ସାହୁଙ୍କ ପ୍ରଶ୍ନର ଲିଖି ଉତ୍ତରରେ ମନ୍ତ୍ରୀ ବିସ୍ତୃତ ସୂଚନା ଦେଇ କହିଛନ୍ତି- ଗତବର୍ଷ ଶ୍ରୀମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ଟଙ୍କା ଦାନ ଆକାରରେ ସଂଗ୍ରହ ହୋଇଛି। ତାସହ ସେହି ବର୍ଷ ୩ କିଲୋ ୪୪୧ ଗ୍ରାମ୍ ୩ଶହ ଗ୍ରାମ ମିଶ୍ରିତ ସୁନା ଓ ୩୩ କିଲୋ ୬୪୮ ଗ୍ରାମ୍ ମିଶ୍ରିତ ରୂପା ଅଳଙ୍କାର ବି ଭକ୍ତମାନେ ଦାନ କରିଛନ୍ତି।
ସେମିତି ୨୦୧୧-୧୨ ମସିହାରୁ ୨୦୨୪-୨୫ ମସିହା ଭିତରେ ଟଙ୍କା ଆକାରରେ ହୁଣ୍ଡି ଓ ଅନ୍ୟାନ୍ୟ ଦାନ ଯୋଜନାରୁ ଆସିଛି ୩୦୪ କୋଟି ୫୭ଲକ୍ଷ ୮୫ ହଜାରରୁ ଅଧିକ।
ଆଉ ଯଦି ଗତ ୪୩ ବର୍ଷର ତଥ୍ୟକୁ ନିଆଯାଏ ତାହାଲେ- ୧୯୮୧-୮୨ରୁ ୨୦୨୫-୨୬ ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡିରୁ ୫୮ କିଲୋ ୩୧୭ ଗ୍ରାମ୍ ୪୫୨ ମିଲିଗ୍ରାମ୍ ସୁନା ଓ ୧ ହଜାର ୫୮ କିଲୋ ୮୩୬ ଗ୍ରାମ୍ ରୁପା ସଂଗୃହୀତ ହୋଇଛି ।

