ଟ୍ରେନର ବାଥରୁମରେ ବିଚାରପତିଙ୍କ ପତ୍ନୀ ଦେହାନ୍ତ

ଟ୍ରେନର ବାଥରୁମରେ ଜଣେ ବିଚାରପତିଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି । ଷ୍ଟେସନରେ ମହିଳାଙ୍କ ପତି ତଥା ବିଚାରପତି ଅପେକ୍ଷା କରିଥିଲେ । ହେଲେ ତାଙ୍କୁ ପତ୍ନୀଙ୍କ ମୃତ୍ୟୁ ଖବର ମିଳିଥିଲା ।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିବା ପରେ ହିଁ ପତ୍ନୀ ଆଉ ଦୁନିଆରେ ନଥିବା ସେ ଜାଣିବାକୁ ପାଇଥିଲେ ।

ଖବର ମୁତାବକ, କାଞ୍ଚିଗୁଡା-ଭଗତ କୋଠି ଏକ୍ସପ୍ରେସରେ ରାଜସ୍ଥାନର ନିମ୍ବାହେଡାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜକୁମାର ଚୌହାନଙ୍କ ପତ୍ନୀ ଉଷାଙ୍କୁ ନେଇ ଯୋଧପୁରରୁ ନିମ୍ବାହେଡା ଫେରୁଥିଲେ । ଉଭୟ ଏକାଠି ଟ୍ରେନରେ ବସିଥିଲେ ମଧ୍ୟ ରିଜର୍ଭେସନ ଭିନ୍ନ କୋଚରେ ହୋଇଥିଲା । ତେଣୁ ସେମାନେ ଅଲଗା ବଗିରେ ଯାତ୍ରା କରୁଥିଲେ । ରାସ୍ତାରେ ଉଭୟ ଫୋନରେ ଅନେକ ଆଲୋଚନା କରୁଥିଲେ । ଷ୍ଟେସନରେ ପହଁଚିବାର କିଛି ସମୟ ପୂର୍ବରୁ ଉଷା ପତିଙ୍କୁ ଓ୍ୱାଶ୍ ରୁମ୍ ଯିବେ ବୋଲି କହିଥିଲେ । କିନ୍ତୁ ରାଜକୁମାର ଏହା ପତ୍ନୀଙ୍କ ସହ ଶେଷ କଲ୍ ବୋଲି ଜାଣିନଥିଲେ ।

କିଛି ସମୟ ପରେ ଟ୍ରେନ୍ ନିମ୍ବାହେଡା ଷ୍ଟେସନରେ ପହଁଚିଥିଲା । ପ୍ଲାଟଫର୍ମରେ ଓହ୍ଲାଇ ରାଜକୁମାର ଉଷାଙ୍କୁ ଅପେକ୍ଷା କରିଥିଲେ । ପତ୍ନୀ ନିଜ ବଗିରୁ ଓହ୍ଲାଇନଥିଲେ । ବହୁତ ସମୟ ବିତିଯିବାରୁ ପ୍ଲାଟଫର୍ମରେ ସେ କିଛି ସମୟ ଖୋଜାଖୋଜି କରି ଆଖପାଖ ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କୁ ପଚାରିଥିଲେ । ଏନେଇ ରେଳବାଇ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ଏହି ସମୟରେ ଟ୍ରେନଟି ଛାଡି ଦେଇଥିଲା । ଆଗାମୀ ଷ୍ଟେସନରେ ଟ୍ରେନକୁ କିଛି ସମୟ ଅଟକିବାକୁ କୁହାଯାଇଥିଲା । ତେବେ ପୋଲିସ ମହିଳାଙ୍କ ଲୋକେସନ ଟ୍ରାକ୍ କରିଥିଲା । ଯେଉଁଥିରେ ଉଷା ଟ୍ରେନରେ ଥିବା ଜଣା ପଡୁଥିଲା । ସବୁ ବଗି ଖୋଜା ଖୋଜି ପରେ ଶେଷରେ ବଗିରେ ଥିବା ଓ୍ୱାଶ୍ ରୁମ୍ ଭିତରୁ ବନ୍ଦ ଥିବା ପୋଲିସ ଦେଖିଥିଲା । ତୁରନ୍ତ ପାଖରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଉଷାଙ୍କୁ ମୃତ ଘୋଷଣା କରିଥିଲେ ।

Post Views19 Total Count

Apply Now


This will close in 0 seconds

error: Content is protected !!