ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ

ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ମିଳିଥିବା ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀପ୍ରସନ୍ନଜିତ ଦାସଙ୍କଠାରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତକରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ଓଡ଼ିଶା ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକାଇଥିଲା। ସେ ସରକାରୀ କାର୍ଯ୍ୟ ପାଇଁ ଭଡ଼ାରେ ନିଆଯାଇଥିବା ଏକ ବୋଲେରୋ ଗାଡ଼ିରେ ଯାତ୍ରା କରୁଥିଲେ। ତାଙ୍କ ପାଖରୁ ହିସାବ ବାହାରେ ଥିବା ସନ୍ଦେହଜନକ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ମିଳିଥିଲା। ତାଙ୍କୁ ଅଟକାଇବା ପରେ ଆଜି ସକାଳେ ଏକକାଳୀନ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଭୁବନେଶ୍ୱରର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିର ଫ୍ଲାଟ୍‌ ନମ୍ବର D-401ରେ ଥିବା ତାଙ୍କ ଭଡ଼ା ଘର ଏବଂ ବରଗଡ଼ସ୍ଥିତ ପୈତୃକ ଘରେ ତଲାସୀ କରାଯାଇଥିଲା। ଭଡ଼ା ଘରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଥିଲା।

ଏହିପରି ଭାବେ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାର ହିସାବ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ ଦେଇପାରି ନଥିବାରୁ ଭିଜିଲାନ୍ସ ଏହି ଟଙ୍କା ଜବତ କରିଛି। ଟଙ୍କାର ଉତ୍ସ ଜାଣିବା ପାଇଁ ତାଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୧୬ ଅକ୍ଟୋବର ୨୦୨୬ରେ କେସ୍‌ ନମ୍ବର ୨୪ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ସଂଶୋଧିତ ଆଇନ, ୨୦୧୮ର ଧାରା ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!