ଚାକିରିରୁ ବିଦା ହେଲେ ସବ୍-ରେଜିଷ୍ଟ୍ରାର

ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଚାକିରିରୁ ବିଦା ହେଲେ ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିବା ପରେ ସରକାର ତାଙ୍କ ବିରୋଧରେ ନେଇଛନ୍ତି କଡ଼ା ପଦକ୍ଷେପ। ତାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛି।
ସୂଚନା ଅନୁସାରେ, ମନୀଷା ମିଶ୍ର ପ୍ରୋବେସନ ପିରିୟଡ୍‌ରେ ଥିବା ସମୟରେ ଲାଞ୍ଚ ନେଇଥିଲେ। ଏହି ସମୟରେ ଲାଞ୍ଚ ନେବା ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର। ଫଳରେ ତାଙ୍କ ବିରୋଧରେ ଚାକିରିରୁ ବହିଷ୍କାର ଭଳି କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି।
୨୦୨୪ ମସିହାରେ ORS ଅଧିକାରୀ ଭାବେ ଚାକିରିରେ ଯୋଗ ଦେଇଥିଲେ ମନୀଷା ମିଶ୍ର। ଚାକିରି ଜୀବନର ଆରମ୍ଭରୁ ହିଁ ଲାଞ୍ଚ କାରବାରରେ ଛନ୍ଦି ହେବା ଏବଂ ଏହାକୁ ନେଇ ଚାକିରି ହରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁର୍ନୀତି ବିରୋଧରେ ସରକାରଙ୍କ ଏହି ପଦକ୍ଷେପ ଅନ୍ୟ ଅଧିକାରୀଙ୍କ ପାଇଁ ମଧ୍ୟ ଏକ କଡ଼ା ବାର୍ତ୍ତା ବୋଲି କୁହାଯାଉଛି।
•

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!