ଅଞ୍ଜଳୀ ମୃତ୍ୟୁ ମାମଲାରେ ବଡ ଖୁଲ୍ଲାସା

ଅଞ୍ଜଳୀ ମୃତ୍ୟୁ ମାମଲାରେ ବଡ ଖୁଲ୍ଲାସା କରିଛି ପୋଲିସ । ଅଭିଯୁକ୍ତମାନଙ୍କ ସହ ପୀଡିତାର କୌଣସି ପୁରୁଣା ସଂପର୍କ ଥିବା କଥାକୁ ଅସ୍ୱୀକାର କରିଛି ପୋଲିସ । ଏହାସହ ଅଞ୍ଜଳୀର ବନ୍ଧୁ ନିଧି ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ବୋଲି ପୋଲିସ କହିଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ସାଗରପ୍ରୀତ ହୁଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଏହି ଘଟଣାରେ ୫ଜଣ ନୁହେଁ ବରଂ ୭ଜଣଙ୍କ ସଂପୃକ୍ତି ରହିଛି । ବାକି ୨ଜଣଙ୍କୁ ଗିରଫ କରିବାକୁ ପ୍ରୟାଶ ଆରମ୍ଭ ହୋଇଛି ।

ପୋଲିସ କହିଛି କି ପ୍ରାଥମିକ ପୋଷ୍ଟମର୍ଟମ୍ ରିପୋର୍ଟରେ ଅନେକ ପ୍ରମାଣ ମିଳିଛି । ମାତ୍ର ଫାଇନାଲ ରିପୋର୍ଟକୁ ପୋଲିସ ଅପେକ୍ଷା କରିଥିବା କଥା ସେ କହିଛନ୍ତି । ହେଲେ ଏହି ଘଟଣାରେ ଦୁଷ୍କର୍ମ ହୋଇଥିବାର କିଛି ପ୍ରମାଣ ମିଳିନାହିଁ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!