ବଢିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ପର୍ଯ୍ୟନ୍ତ ରହିବେ ବିଜେପି ସଭାପତି

ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦଳର ସଭାପତି ପଦରେ ରହିବେ ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ।

କାର୍ଯ୍ୟକାରିଣୀର ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏ ସଂପର୍କରେ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’ରୁ ମିଶନ ୨୦୨୪ ପାଇଁ ବାଜିଛି ବିଜେପିର ନିର୍ବାଚନୀ ବିଗୁଲ୍।
ସୋମବାର ବୈଠକର ପ୍ରଥମ ଦିନରେ ଚଳିତବର୍ଷ ହେବାକୁ ଥିବା ୯ ରାଜ୍ୟର ବିଧାନସଭା ନିର୍ବାଚନରେ କ୍ଲିନ ସୁଇପ୍ କରିବାକୁ ବିଜେପି ଲକ୍ଷ୍ୟ ରଖିଥିବା ଜଣାପଡିଛି ।

ବୈଠକର ପ୍ରଥମ ଦିନରେ ବିଜେପି ସଭାପତି ଏପରି ଆହ୍ୱାନ କରିଛନ୍ତି । ପୂର୍ବରୁ ବିଜେପି ଦେଶର ୧୦୦ ଲୋକସଭା ନିର୍ବାଚନ ମଣ୍ଡଳୀରେ ୭୨ ହଜାର ଦୁର୍ବଳ ବୁଥ୍ ଚିହ୍ନଟ କରିଥିଲା । ଏବେ ୧.୩ ଲକ୍ଷ ବୁଥ୍ରେ ପହଂଚିବାକୁ ବିଜେପି ଲକ୍ଷ୍ୟ ରଖିଛି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!