ଟାଟା ଷ୍ଟିଲ୍‌ ମାଇନିଂର ଇ-ସେଲ୍ସ ପୋର୍ଟାଲ୍‌ର ଶୁଭାରମ୍ଭ

ଟାଟା ଷ୍ଟିଲ୍‌ ମାଇନିଂ କମ୍ପାନୀ ପକ୍ଷରୁ ଫେରୋ ଆଲଏଜ ଏବଂ ଖଣିଜ ସମ୍ପଦ ଅନ୍‌ଲାଇନରେ ବିକ୍ରୟ ପାଇଁ ଇ-ସେଲ୍ସ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି।

ଭୁବନେଶ୍ବରସ୍ଥିତ ଟାଟା ଷ୍ଟିଲ ମାଇନିଂର କର୍ପୋରେଟ୍‌ ଅଫିସ୍‌ରେ ଶନିବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ଅଧ୍ୟକ୍ଷ ଡି. ବି. ସୁନ୍ଦରା ରାମମ୍‌, ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତିଜା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପୋର୍ଟାଲ୍‌କୁ ଲୋକାର୍ପଣ କରାଯାଇଛି।

ଏହା କ୍ଲାଉଡ୍‌ ଆଧାରିତ ହୋଇଥିବାବେଳେ ତାହା ଟାଟା ଷ୍ଟିଲ୍‌ ମାଇନିଂର ଗ୍ରାହକଙ୍କୁ ସୂଚନା ସଂଗ୍ରହ, ଅର୍ଡର ଫାଇନାଲ କରିବା ଏବଂ ରିୟଲ ଟାଇମ୍‌ ଆଧାରରେ ଅର୍ଡର ଟ୍ରାକ୍‌ କରିବାରେ ସହାୟକ ହେବ। ଏହି ଅବସରରେ ଡି. ବି. ସୁନ୍ଦରା ରାମମ୍‌ କହିଛନ୍ତି, ‘ଏହା ଏକ ଉତ୍ତମ ପଦକ୍ଷେପ, ଯାହା ଆମ ଗ୍ରାହକଙ୍କ ପାଇଁ ଏକ ଯୋଗାଣ ଶୃଙ୍ଖଳ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।

ଆମ ଉତ୍ପାଦ ବିକ୍ରି କରିବା ପଦ୍ଧତିରେ ଏହି ପୋର୍ଟାଲ୍‌ କ୍ରାନ୍ତି ଆଣିବା ସହ ଖଣିଜ ଏବଂ ଫେରୋ ଆଲଏଜ ଶିଳ୍ପରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରିବ।’ କମ୍ପାନୀର ବ୍ୟବସାୟିକ ଟିମ୍‌ ପକ୍ଷରୁ ବରିଷ୍ଠ ମହାପ୍ରବନ୍ଧକ ରାଜଶ୍ରୀ ପାଲିତଙ୍କ ନେତୃତ୍ୱରେ ଟିଏସ୍‌ଏମ୍‌ଏଲ୍‌ ଇ-ସେଲ୍‌ ପୋର୍ଟାଲ୍‌ ପ୍ରସ୍ତୁତ କରାଯାଇଛି।

କମ୍ପାନୀର ଆଇଟି ଟିମ୍‌ ବୈଷୟିକ ସହାୟତା ଯୋଗାଇ ଦେଉଥିବାବେଳେ ଟାଟା ଗ୍ରୁପ୍‌ କମ୍ପାନୀ ମେଟାଲ୍‌ ଜଙ୍କସନ୍‌ ଦ୍ୱାରା ପୋର୍ଟାଲ୍‌କୁ ବିକଶିତ କରାଯାଇଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!