ସୁଆଣ୍ଡୋ ଯାଇ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସୁଆଣ୍ଡୋ ଯାଇ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ।ସଭାସ୍ଥଳରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଏସଏଚଜି ମହିଳା ମାନେ ଆସି ଫୁଲତୋଡା ଦେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ କରିଥିଲେ ।

ଗୋପବନ୍ଧୁଙ୍କ ଜନ୍ମସ୍ଥଳୀର ଏଭଳି ବିକଶୀତ କରିଥିବାରୁ କୃତଜ୍ଞତା ଜଣାଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ଷଠି ଘର, ଗ୍ରାମ୍ୟ ଶିବ ମନ୍ଦିର, ଗୋପବନ୍ଧୁଙ୍କ ସଂଗ୍ରହାଳୟ, ଶିଶୁ ଉଦ୍ୟାନ ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତା ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିଥିଲେ।

ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜା କରିଥିଲେ ମୁଖ୍ୟମନ୍ତ୍ରୀ ପରେ ଷଠିଘର ବୁଲିଲେ। ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ। ଜନ୍ମମାଟିର ନବକଳେବର କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନର ବିକାଶ କରାଯାଇଛି।

୨୫ କୋଟି ଟଙ୍କା ବ୍ୟୟରେ ଗାଁର ବିକାଶ କରାଯାଇଥିବା ବେଳେ ପ୍ରକଳ୍ପ ଭିତରେ ରହିଛି ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣିଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଓ ଷଠିଘର ନିର୍ମାଣ।

ଘରେ ଥିବା ଢିଙ୍କି, ଲଣ୍ଠନ, ଲୋଟା, ଖଟ ଉତ୍କଳମଣିଙ୍କ ସ୍ମୃତିକୁ ତାଜା କରୁଛି। ଘରର ସବୁ ବସ୍ତୁକୁ ଅତି ସୁନ୍ଦରଭାବେ ସଜାଇ ରଖାଯାଇଛି।

Post Views50 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!