ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ ନବୀନ ଜିନ୍ଦଲଙ୍କୁ ନିକଟରେ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’ ସମ୍ମାନ ସମ୍ମାନିତ କରାଯାଇଛି। ୨୦୧୦ରେ ସେ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଆଲୁମିନି ପୁରସ୍କାର ସହ ସମ୍ମାନିତ ମଧ୍ୟ ହୋଇଥିଲେ।
ଟେକ୍ସାସ ୟୁନିଭରସିଟି (ଡଲାସ)ର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟକୁ ୨୦୧୧ରେ ନବୀନ ଜିନ୍ଦଲ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଭାବେ ପୁନଃ ନାମକରଣ କରି ନିଜର ଅତିବିଶିଷ୍ଟ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରିଥିଲେ।ବିଶେଷ କରି ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ପକ୍ଷରୁ ଆଜୀବନ ଆଚିଭମେଣ୍ଟ ଆୱାର୍ଡ ଦିଆଯାଇଛି।
ଏପରିକି ୨୦୨୩ ମାର୍ଚ୍ଚ ୨୫ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ନବୀନ ଜିନ୍ଦଲଙ୍କୁ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ଉକ୍ତ ବିଶ୍ୱବିଦ୍ୟାଳୟ ୧୯୯୨ବ୍ୟାଚର ପୁରାତନ ଛାତ୍ର ନବୀନ ଜିନ୍ଦଲ ୨ୟ ବ୍ୟକ୍ତି ଭାବେ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ହାସଲ କରିଛନ୍ତି।
ଏହା ପୂର୍ବରୁ ନୋବେଲ ବିଜେତା ଅଜିଜ ସୈଂକର ଉକ୍ତ ସମ୍ମାନଜନକ ପୁରସ୍କାର ପାଇଥିଲେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଟେକ୍ସାସ ୟୁନିଭରସିଟି (ଡଲାସ) ର ଛାତ୍ର ଭାବେ ନବୀନ ଜିନ୍ଦଲ ଷ୍ଟୁଡେଣ୍ଟ ଗଭର୍ଣ୍ଣମେଣ୍ଟର ଉଭୟ ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ଷ୍ଟୁଡେଣ୍ଟ ଲିଡର ଅଫ୍ ଦି ଇୟର ପୁରସ୍କାର ମଧ୍ୟ ପାଇଥିଲେ।

