ଟାଟା ପାଓ୍ବାରକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ବିତରଣ ସଂସ୍ଥାର ସ୍ବୀକୃତି

ଟାଟା ପାଓ୍ବାରକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ବିତରଣ ସଂସ୍ଥାର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷ କରି ପାୱାର ଫାଇନାନ୍ସ କର୍ପୋରେଶନ ଜରିଆରେ କରାଯାଇଥିବା ସର୍ଭେ ସହ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଟାଟା ପାୱାର ମୁମ୍ବାଇ ଡିଷ୍ଟ୍ରିବ୍ୟୁଶନ ଓ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ୧୦୦ରୁ ଯଥାକ୍ରମେ ୮୯.୭ ଓ ୮୭.୨ ସ୍କୋର ସହ ଏ+ ଗ୍ରେଡ୍‌ ଲେଖାଏଁ ପାଇଥିବା ବେଳେ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁଶନ ଓ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଯଥାକ୍ରମେ ୭୯.୦ ଓ ୭୯.୩ ସ୍କୋର ସହ ଏ ଗ୍ରେଡ୍‌ ଲେଖାଏଁ ପାଇଛନ୍ତି।ରେଟିଂରେ ଟାଟା ପାଓ୍ବାରର ବଣ୍ଟନ କମ୍ପାନୀ(ଡିସ୍‌କମ୍‌)ଗୁଡ଼ିକ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ଏପରିକି ବିଦ୍ୟୁତ୍‌ ବଣ୍ଟନ ୟୁଟିଲିଟିଙ୍କ ପାଇଁ ୧୧ତମ ବାର୍ଷିକ ସମନ୍ବିତ ରେଟିଂରେ ମନ୍ତ୍ରଣାଳୟ ଜାତୀୟ ୟୁଟିଲିଟିଗୁଡ଼ିକ ମଧ୍ୟରେ ଟାଟା ପାୱାରର ବଣ୍ଟନ କମ୍ପାନୀଗୁଡ଼ିକୁ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରିଛନ୍ତି। ସେହିଭଳି ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ, ନିୟାମକ ନିୟମ ପାଳନ, ଗ୍ରାହକ ସେବା, ଶକ୍ତି ଦକ୍ଷତା ଆଦି ବିଭିନ୍ନ ମାନଦଣ୍ଡକୁ ଆଧାରକରି ଏଭଳି ଏକ ରେଟିଂ ପ୍ରଦାନ କରାଯାଇଛି। ଏହି ରେଟିଂ ରିପୋର୍ଟକୁ ମାକିନ୍‌ଜେ ଆଣ୍ଡ୍‌ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁଶୀଳନ ପାଇଁ ୩ଟି ଆର୍ଥିକ ବର୍ଷ ୨୦୧୯-୨୦ରୁ ୨୦୨୨-୨୩ର ଆକାଉଣ୍ଟ(ହିସାବ) ବିଚାରକୁ ନିଆଯାଇଛି।

,

ଏ ସମ୍ପର୍କରେ ଟାଟା ପାୱାରର ସିଇଓ ତଥା ଏମ୍‌ଡି ଡ. ପ୍ରବୀର ସିହ୍ନା କହିଛନ୍ତି, ଦେଶର ବିଦ୍ୟୁତ୍‌ ବଣ୍ଟନ ଦୃଶ୍ୟପଟରେ ପରିବର୍ତ୍ତନ ଆଣିବାକୁ ଟାଟା ପାୱାର ସମର୍ପିତ। ଆମେ ସୃଷ୍ଟି କରିଥିବା ୟୁଟିଲିଟିଗୁଡ଼ିକ ଦକ୍ଷ, ଭବିଷ୍ୟତ ଲାଗି ପ୍ରସ୍ତୁତ ଏବଂ ଗ୍ରାହକଙ୍କ ଆବଶ୍ୟକତା ଉପରେ କେନ୍ଦ୍ରୀଭୂତ। ଆମ ଡିସ୍‌କମ୍‌ଗୁଡ଼ିକର ସଫଳତାକୁ ମାନ୍ୟତା ପ୍ରଦାନ କରିଥିବାରୁ ଶକ୍ତି ମନ୍ତ୍ରଣାଳୟ ପ୍ରତି ଆମେ କୃତଜ୍ଞ ଏବଂ ଦେଶର ବଣ୍ଟନ ସଂସ୍କାରରେ ଆଗେ ଅଗ୍ରଣୀ ହୋଇ ରହିବୁ। ସେହିଭଳି ଟାଟା ପାୱାରର ସଭାପତି, ଟି ଆଣ୍ଡ୍‌ ଡି ସଞ୍ଜୟ ବାଙ୍ଗା କହିଛନ୍ତି, ଆଜିର ଦିନରେ ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ଦେଶର ୬କୋଟି ଲୋକଙ୍କୁ ସେବା ପ୍ରଦାନ କରୁଛି। ସେଥିରେ ଦିଲ୍ଲୀ, ମୁମ୍ବାଇ ଓ ଭୁବନେଶ୍ୱର ଭଳି ପ୍ରମୁଖ ସହର ସାମିଲ ରହିଛି। ଏପରିକି ଆମ ଡିସ୍‌କମ୍‌ଗୁଡ଼ିକ ଉତ୍କୃଷ୍ଟ ସେବା ଯୋଗାଉଥିବା ବେଳେ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ୍‌ ସେବା ପ୍ରଦାନ କରୁଛି। ଏହି ର଼୍ୟାଙ୍କିଙ୍ଗ୍‌ ହେଉଛି ସେମାନଙ୍କ ଅତୁଳନୀୟ ପ୍ରଦର୍ଶନର ପ୍ରତିଫଳନ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!