ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ପୋଷ୍ଟ ସହକାରୀ ଯନ୍ତ୍ରୀ ସିବିଆଇ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଉଛନ୍ତି ପୋଷ୍ଟମାଷ୍ଟର ଜେନେରାଲ ସମ୍ବଲପୁର ମଣ୍ଡଳରେ କାର୍ଯ୍ଯରତ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ।
ସିବିଆଇ ଟିମ୍ ଏହି ଘଟଣାରେ ଜଣେ ମଧ୍ୟସ୍ଥିଙ୍କୁ ମଧ୍ୟ ଉଠାଇ ନେଇଥିବା ଜଣାପଡ଼ିଛି। ମଧ୍ୟସ୍ଥିଙ୍କ ନାମ ଦେବେନ୍ଦ୍ର ପୁହାଣ ବୋଲି ଜଣାପଡ଼ିଛିନ୍ତି।
ଯୋଜନା ଅନୁସାରେ ଅଭିଯୋଗକାରୀ ଆଜି ସମ୍ବଲପୁର ମୁଖ୍ୟ କାର୍ଯ୍ଯଳୟରେ ପହଞ୍ଚି ଶ୍ରୀ ପାଲଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ୭ଜଣିଆ ସିବିଆଇ ଟିମ୍ ଅତର୍କିତ ଭାବେ ଚଢ଼ଉ କରିଥିଲେ।

