ପୁରୀରେ 5T ସଚିବ, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କଲେ ଅନୁଧ୍ୟାନ

5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି ପୁରୀ ଆସିଥିବା ବେଳେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ 5ଟି ସଚିବ ନିଜେ କରୁଥିବା ବେଳେ ପୁରୀକୁ ଐତିହ ନଗରୀ ଗଢି ତୋଳିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହୋଇଛି।

ପ୍ରଥମେ ସେ ପୁରୀ ମାଲତିପଟପୁର ବାଇପାସ ଦେଇ ଶ୍ରୀସେତୁର ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। ସେହିପରି ସମଙ୍ଗ ମୌଜା ଅଂଚଳରେ ନିର୍ମିତ ହେଉଥିବା ପାର୍କିଂକୁ ମଧ୍ୟ ସେ ବୁଲି ଦେଖିଥିଲେ।

ଏହି ପର୍କିଙ୍ଗର କ୍ଷମତା ସମ୍ପର୍କରେ ପଚାରି ବୁଝିବା ସହିତ କାର୍ଯ୍ୟ ନେଇ ଅନୁଧ୍ୟାନ କରିଥିଲେ। ଏହା ପରେ ସେ ବସେଲିସାହି ଥାନା ନିକଟରେ ନିର୍ମାଣ କରାଯାଉଥିବା ଯାତ୍ରୀ ନିବାଶ ଅଂଚଳ ବୁଲିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!