ଡ. ତପନ ସାହୁ ମାରୁତି ସୁଜୁକି ଡିଜିଟାଲ ଏଣ୍ଟର୍‌ପ୍ରାଇଜ୍ ମୁଖ୍ୟ

ପ୍ରମୁଖ ଅଟୋ ନିର୍ମାତା ମାରୁତି ସୁଜୁକି ଏହାର ନବଗଠିତ ଡିଜିଟାଲ ଏଣ୍ଟର୍‌ପ୍ରାଇଜ୍(ଡିଇ) ଭର୍ଟିକାଲ୍‌ର ମୁଖ୍ୟ ଭାବେ ଓଡ଼ିଆ ପୁଅ ଡ. ତପନ ସାହୁଙ୍କୁ ଉନ୍ନୀତ କରିଛି। ଡ. ସାହୁଙ୍କ ଘର ଓଡ଼ିଶାର ତାଳଚେରରେ। ଏପ୍ରିଲ ୧ରୁ ଶ୍ରୀ ସାହୁ ନୂଆ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରକାଶଯୋଗ୍ୟ, କମ୍ପାନିର ବ୍ୟବସାୟରେ ନବସୃଜନ ଏବଂ ଡିଜିଗଲ ରୂପାନ୍ତରଣ ଆଣିବାରେ ଡିଇ ସହାୟକ ହେବ ।

ଏହା ମାଧ୍ୟମରେ ଗ୍ରାହକଙ୍କୁ ପରିବର୍ଦ୍ଧିତ ସେବା ଅନୁଭୂତି ପ୍ରଦାନ କରାଯିବା ସହ ଷ୍ଟାର୍ଟଅପ୍ ଏବଂ ଏକାଡେମିଆ ମିଳିତ ସ‌ହ‌ଯୋଗରେ ଏଆଇ/ ଏମ୍ ଏଲ୍ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ଜରିଆରେ କମ୍ପାନିର ପରିଚାଳନା ଦକ୍ଷତା ବୃଦ୍ଧି କରାଯିବ।

ଡ. ସାହୁଙ୍କର ମାରୁତି ସୁଜୁକିର ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ରହିଛି। କମ୍ପାନିର ଗବେଷଣା ଏବଂ ବିକାଶ କ୍ଷେତ୍ରରେ ସେ ସକ୍ରିୟ ଯୋଗଦାନ ଦେଇଛନ୍ତି। ଫେମ୍ ସ୍କିମ୍ ଭଳି ଶିଳ୍ପର ପ୍ରମୁଖ ଅଭିଯାନରେ ସେ କାର୍ଯ୍ୟ କରିଛନ୍ତି। ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତି ଯୁଗରେ ଡିଜିଟାଲ ରୂପାନ୍ତରଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କମ୍ପାନି ଆଶାବାଦୀ ରହିଛି। ଡ. ସାହୁ ଜଣେ ଆଇଆଇଟି ଦିଲ୍ଲୀ ଆଲୁମ୍‌ନି। ଇଣ୍ଡିଆନ୍ ନ୍ୟାସ୍‌ନାଲ ଏକାଡେମି ଅଫ୍ ଇଞ୍ଜିନିୟରିଂ(ଆଇଏଏଇ) ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନର ସେ ଜଣେ ଫେଲୋ ସଦସ୍ୟ । ଡ. ସାହୁ ତାଳଚେରସ୍ଥିତ ହାଣ୍ଡିଧୂଆ ହାଇ ସ୍କୁଲରୁ ସ୍କୁଲ ଶିକ୍ଷା ଲାଭ କରିଛନ୍ତି। ସେ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ( ପୂର୍ବରୁ ୟୁସିଇ ଭାବେ ଜଣା), ବୁର୍ଲାରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବ୍ୟାଚ୍‌ଲର ଅଫ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ପରେ ଆଇଆଇଟି ଦିଲ୍ଲୀରୁ ଡିଗ୍ରୀ ହାସଲ କରିଥିଲେ।

ସୂଚନାଯୋଗ୍ୟ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଟିସିଏସ୍ ସିଇଓ କିର୍ତ୍ତୀଭାସନ ଏବଂ ଟାଟା ମୋଟର୍ସ ସଭାପତି ଗିରିଶ ୱାଘଙ୍କ ସହ ଡ. ସାହୁ ଆଇଏନ୍‌ଏଇର ଫେଲୋ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ୨୦୨୩ ଡିସେମ୍ବରରେ ପ୍ରମେୟ ଦ୍ୱାରା ଖବର ପ୍ରକାଶ ପାଇଥିଲା । ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ( ସୋଆ)ରେ ଆୟୋଜିତ ଆଇଏନ୍‌ଏଇର ବାର୍ଷିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଥିଲା।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!