୨୩ ନିବେଶକଙ୍କ ସହ ଯୋଡ଼ି ହେଲେ ୨୦ ଷ୍ଟାର୍ଟଅପ୍

ରାଜ୍ୟର ୨୦ଟି ଷ୍ଟାର୍ଟଅପ୍ ସଂସ୍ଥା ୨୩ଟି ପ୍ରମୁଖ ନିବେଶକଙ୍କ ସହ ଯୋଡ଼ିହୋଇଛନ୍ତି। ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଫଣ୍ଡ୍ଷ୍ଟାକ୍ ୩.୦ରେ ଚୂଡ଼ାନ୍ତ ପର୍ଯ୍ୟାୟକୁ ୫୦ଟି ଷ୍ଟାର୍ଟଅପ୍ ଉନ୍ନୀତ ହୋଇଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଏମ୍ଏସ୍ଏମ୍ଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ଓଡ଼ିଶା ଏବେ ଶିଳ୍ପାୟନ ଓ ନବସୃଜନର କେନ୍ଦ୍ରସ୍ଥଳ ପାଲଟିଛି। ରାଜ୍ୟରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହେଉଛି ବୋଲି ସେ କହିଥିଲେ। ଏହା ବ୍ୟତୀତ, ଷ୍ଟାର୍ଟଅପ୍ ଓଡ଼ିଶାର ଅଧ୍ୟକ୍ଷ ଡ. ଓମ୍କାର ରାଏ କହିଛନ୍ତି ଯେଏହା କେବଳ ପାଣ୍ଠି ଯୋଗାଡ଼ କରିବା କାର୍ଯ୍ୟକ୍ରମ ନୁହେଁ। ଏହା ହେଉଛି ସହଯୋଗିତା ଓ ଜ୍ଞାନ ଆଦାନ ପ୍ରଦାନ କରିବା ପାଇଁ ଏକ ସଂସ୍କୃତି ସୃଷ୍ଟି କରିବା ଲାଗି ଆମ ପ୍ରତିବଦ୍ଧତା।
ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ଟି ସଂସ୍ଥା ନିବେଶକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବାର ସୁଯୋଗ ପାଇଥିଲେ। ଫ୍ଲୁଇଡ୍ ଭେଞ୍ଚର୍ସ, ପେଣ୍ଟାଥଲନ ଭେଞ୍ଚର୍ସ, ଇନଫ୍ଲେଏକ୍ସନ ଫଏଣ୍ଟ ଭେଞ୍ଚର୍ସ, ଓରିଅସ ଭେଞ୍ଚର୍ସ, ମେଣ୍ଟେରା ସୋସିଆଲ ଇମ୍ପାକ୍ଟ ଭଳି ଭେଞ୍ଚର କ୍ୟାପିଟାଲ୍ ସଂସ୍ଥା ସହ ରାଜ୍ୟର ଷ୍ଟାର୍ଟଅପ୍ଗୁଡ଼ିକ ଯୋଡ଼ିହେବାର ସୁଯୋଗ ପାଇଥିଲେ। ଆସନ୍ତା ମାସରେ ସେମାନେ ପାଣ୍ଠି, ମେଣ୍ଟରିଂ ଓ ମାର୍ଗଦର୍ଶନ ପାଇଁ ଏହି ଭେଞ୍ଚର କ୍ୟାପିଟାଲିଷ୍ଟ ଓ ଆଞ୍ଜେଲ ନିବେଶକମାନଙ୍କ ସହ ଆଲୋଚନା କରିବେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!