ଆସନ୍ତା ୧ରୁ ଖୋଲିବ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ

ଆସନ୍ତା ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଚଳିତ ବର୍ଷ ଶିମିଳିପାଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ଧୋଇ ଯାଇଥିଲା । ବର୍ଷା ଛାଡ଼ିବା ପରେ ରାସ୍ତା ମରାମତି ହୋଇଛି ।

ପର୍ଯ୍ୟଟକଙ୍କ ଯାତାୟାତ ବ୍ୟବସ୍ଥା ଠିକ୍ ହେବା ପରେ ଏହା ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଛି ।

ସୂଚନା ମୁତାବକ, ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଗାଡ଼ି ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ ।

ସେଥିମଧ୍ୟରୁ ସକାଳ ୫ରୁ ୯ଟା ଯାଏ ୩୫ଟି ଗାଡ଼ି ଯଶିପୁରର କଳିକାପ୍ରସାଦ ପଟୁ ଏବଂ ସକାଳ ୮ରୁ ୯ଟା ମଧ୍ୟରେ ୨୫ଟି ଗାଡ଼ି ବାରିପଦା ପିଠାବଟା ଫାଟକ ଦେଇ ଭିତରକୁ ଯାଇପାରିବେ । ସନ୍ଧ୍ୟା ୬ଟା ସୁଦ୍ଧା ଫେରିବାକୁ ପଡ଼ିବ ।

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!