ଇସ୍ତଫା ଦେଲେ ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁଶୁଡ଼ିଗଲା ବିଜେଡ଼ି ଦୁର୍ଗ। ଶେଷରେ ଆଜି ଇସ୍ତଫା ଦେଇଛନ୍ତି ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ। ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।ଚଳିତ ନିର୍ବାଚନରେ ବିଜେପି କ୍ଲିନ୍‌ ସୁଇପ୍‌ କରି ୭୮ ସିଟ୍‌ ହାତେଇ ଥିବା ବେଳେ ମାତ୍ର ୫୧ ସିଟ୍‌ରେ ସୀମିତ ହୋଇ ଯାଇଛି ବିଜେଡି। କଂଗ୍ରେସ ୧୪ଟି ଆସନ ହାସଲ କରିବାରେ ସକ୍ଷମ ହୋଇଛି।

ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛନ୍ତି। ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଝି ଆସନରେ ଜନମତ ହାସଲ କରିବାରେ ସମର୍ଥ ହୋଇ ପାରି ନାହାନ୍ତି।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!