ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ୨୦୨୫ ଜୁନ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏବଂ ସବୁଠୁ ବଡ଼ ନିବେଶକାରୀ ସଂସ୍ଥାର ମୁଖ୍ୟ ଭାବେ ସେ କାର୍ଯ୍ୟ କରିବେ ।

ଭାରତୀୟ ଜୀବନ ବୀମା ନିଗମର ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଡାଇରେକ୍ଟ ରିକ୍ର୍ୟୁଟ୍ ଅଫିସର ଭାବେ ୧୯୮୫ ମସିହାରେ ଏଲଆଇସିରେ କାର୍ଯ୍ୟ ଆରମ୍ଭ କରିଥିଲେ ସିଦ୍ଧାର୍ଥ ମହାନ୍ତି । ମାର୍କେଟିଂ, ଏଚ୍ଆର୍, ଇନଭେଷ୍ଟମେଣ୍ଟ, ଲିଗାଲ୍ ଆଦି ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସେ ଅନେକ ସଫଳତା ପାଇଛନ୍ତି । ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ହେବା ପୂର୍ବରୁ ଏଲଆଇସି ହାଉସିଂ ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ କାର୍ଯ୍ୟ କରିଥିଲେ ସିଦ୍ଧାର୍ଥ ମହାନ୍ତି ।

ଆସନ୍ତା ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ । ଏହା ପରେ ୧ ବର୍ଷ ପାଇଁ ଏଲଆଇସିର ଚିଫ୍ ଏଗଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରିବେ ।ଏଲଆଇସିର ୪ ଜଣ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ସିଦ୍ଧାର୍ଥ ମହାନ୍ତି ଥିଲେ ଅନ୍ୟତମ ।

ପୂର୍ବତନ ଅଧ୍ୟକ୍ଷ ଏମ୍.ଆର୍. କୁମାରଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସରେ ଶେଷ ହେବା ପରେ ଏଲଆଇସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଆସୁଥିଲେ । ଅଧ୍ୟକ୍ଷ ପଦ ପାଇଁ ଗତ ମାସରେ ତାଙ୍କ ନାଁ କୁ ସୁପାରିସ କରିଥିଲା ଫାଇନାନ୍ସିଆଲ୍ ସର୍ଭିସେସ୍ ଇନଷ୍ଟିଚ୍ୟୁସନ୍ସ ବ୍ୟୁରୋ ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!