ଜଣେ ବିଖ୍ୟାତ ଆର୍କିଟେକଚର ଏବଂ ରାଜନୈତିକ ବ୍ୟକ୍ତି ଦୁଃସମନ୍ତ କୁମାର ସ୍ୱାଇଁ । ନିଜର କାର୍ଯ୍ୟର ଯାଦୁରେ ସମସ୍ତଙ୍କୁ ନିଜର କରି ଦିଅନ୍ତି । କାହାର ମନ ହେଉ କି ଘର ସୁନ୍ଦର ରୁପ ଦେବାରେ ସେ ମାହିର୍ । ଓଡ଼ିଶା ରାଜନୀତିରେ ମଧ୍ୟ ତାଙ୍କର ବେଶ୍ ଦବଦବା ରହିଛି । ଗତ ୨୦୧୯ ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ଙ୍କ ବିରୁଦ୍ଧରେ ଲଢ଼ି ଥିଲେ । ଆଗାମୀ ୨୦୨୪ ନିର୍ବାଚନ ରେ ମଧ୍ୟ ସେ ରାଜନୀତିରେ ଏଣ୍ଟି ମାରିବେ ବୋଲି କହିଛନ୍ତି । ତାଙ୍କର ଜନ୍ମ ଖଣ୍ଡପଡ଼ାରେ ହୋଇଥିବା ବେଳେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ସେ ପ୍ରଥମ ପ୍ରାଥମିକତା ଦିଅନ୍ତି । ତେବେ ତାଙ୍କ ସହ ଆଲୋଚନା ବେଳେ ଅନେକ ମିଠା ମିଠା କଥା ମଧ୍ୟ କହିଛନ୍ତି ଦୁଃସମନ୍ତ କୁମାର ସ୍ୱାଇଁ ।
ବିଖ୍ୟାତ ଆର୍କିଟେକଚର ଏବଂ ରାଜନୈତିକ ବ୍ୟକ୍ତି ଭାବେ ଆପଣ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଏଥି ପାଇଁ ଆପଣ କି ଭଳି ଆକର୍ଷିତ ହେଲେ, ଆହୁରି ମଧ୍ୟ ଆପଣ ବିଶିଷ୍ଟ ଆର୍କିଟେକଚର ରଘୁନାଥ ମହାପାତ୍ର ଙ୍କ ସହିତ ବହୁ ପ୍ରୋଗ୍ରାମ ରେ କାମ କରିଛନ୍ତି ସେ ବିଷୟରେ କିଛି କହିବେ କି?
ଉତ୍ତର- ଭଲ ପ୍ରଶ୍ନ ଟି କଲେ ଆର୍କିଟେକଚର ରଘୁନାଥ ମହାପାତ୍ର ଙ୍କ ସହିତ ଅନେକ ପ୍ରୋଗ୍ରାମ କରିଛୁ ଦ୍ୱିତୀୟ କୋଣାର୍କ କରିବା ଯେଉଁ ପ୍ରୋଗ୍ରାମ ଆରମ୍ଭ ହେଲେ ସେ ମୋତେ ସେ ପ୍ରୋଗ୍ରାମ ପାଇଁ ନେଇଥିଲେ, ଆର୍କିଟେକଚରରେ ମୁଁ ତେଇଶି ବର୍ଷ ହେଲା କାମ କରିଆସୁଛି, ମୋର ବାପା ଚାହୁଁଥିଲେ ମୁଁ ଆର୍କିଟେକଚର ହେବାପାଇଁ ସେଥିପାଇଁ ପାଇଁ ମୁଁ କଟକ ପିଲୁ ମୋଦୀ କଲେଜ ଆର୍କିଟେକଚରରୁ ପଢି ଉଚ୍ଚ ଶିକ୍ଷା ପାଇଁ ସିଙ୍ଗାପୁର ଯାଇ ପଢି ଆସିଲି ଏବଂ ଆର୍କିଟେକଚର କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି
ପ୍ରଶ୍ନ- ଆପଣ କହିଲେ କି ଆପଣ ଦ୍ଵିତୀୟ କୋଣାର୍କ ପ୍ରୋଜେକ୍ଟ ରେ ରଘୁନାଥ ମହାପାତ୍ର ଙ୍କ ସହିତ କାମ କରିଛନ୍ତି ସେ ବିଷୟରେ କିଛି କହିବେ କି?
ଉତ୍ତର- ସେ ପଦ୍ମ ବିଭୁଷଣ ରେ ସମ୍ମାନିତ ହୋଇଛନ୍ତି ବହୁ ସୁନ୍ଦର କାର୍ୟ୍ୟ ସେ କରିଛନ୍ତି ,ସେ ମୋତେ ଗୋଟେ କାର୍ୟ୍ୟକ୍ରମ ରେ କୋଣାର୍କ ପ୍ରଜେକ୍ଟ ରେ କାମ କରିବାକୁ କହିଥିଲେ ସେଥିପାଇଁ ସେ ୩୦୦ ଏକର ଜାଗା ଚନ୍ଦନପୁର ରେ ନେଇଥିଲେ ସେଥିପାଇଁ ଡ୍ରଇଂ କାର୍ଯ୍ୟ ସରିଥିଲା ଏବଂ ଅନୁମତି ଅପେକ୍ଷାରେ ଥିଲା, ମୋତେ ସବୁଠୁ ବେଶୀ ଭଲ ଲାଗିଥିଲା ସେ କରିଥିବା କୋଣାର୍କ ଚକ, ତାଙ୍କ ସହିତ ଆମେ ଆନେକ ପ୍ରୋଜେକ୍ଟ କରିଛୁ,ଏବଂ ତାଙ୍କର ସୋଲାର ସଂଗ୍ରାଳୟ କରିବା ପାଇଁ ମଧ୍ୟ ଇଚ୍ଛା ଥିଲା
ପ୍ରଶ୍ନ- ଆପଣ ଙ୍କ ମତରେ ଆର୍କିଟେକଚରରେ ସବୁଠାରୁ ବଡ ଚ୍ୟାଲେଞ୍ଜ କଣ? ଏଥିରେ ଆପଣ କି ପରି କାର୍ୟ୍ୟ କରିଛିନ୍ତି ?
ଉତ୍ତର- ଗୋଟେ ମଣିଷ ଟି ସବୁବେଳେ ଇଚ୍ଛା କରେ କି ପରି ସୁନ୍ଦର ଘର ଟି କରିବାକୁ ସେଥିପାଇଁ ସେଥିପାଇଁ ସେ ସହାୟତା ଚାହେଁ, ତାର ଘର ଟି କିଭଳି ସୁନ୍ଦର ଭାବେ ଗଢ଼ି ହେବ ସେଇଟା କୁ ସଫଳ ରୂପାୟନ କରିବାର କାମ ଜଣେ ଆର୍କିଟେକଚରର, ଆମେ ଆନେକ ପ୍ରୋଜେକ୍ଟ କରିଛୁ institutional, medical,residential ଏହି ପରି ଅନେକ ପ୍ରଜେକ୍ଟ ଯାହକୁ ପରବର୍ତ୍ତୀ ସମୟରେ ଦେଖିଲେ ସତେ ଯେମିତି ଆମର ପୁଅ, ଝିଅ,
ପ୍ରଶ୍ନ- ଜଣେ ଆର୍କିଟେକଚରଭାବେ ଆପଣ କିଭଳି ଚାହିଁଲେ ଖଣ୍ଡପଡ଼ା ରୁ ଲଢିବା ପାଇଁ ?
ଉତ୍ତର- ମୁଁ ଗୋଟେ ରାଜନୈତିକ ପରିବାର ରୁ ଆସିଛି ମୋର ବାପା ଦୀର୍ଘ ଦିନ ଧରି ବ୍ଲକ ଚେୟାରମ୍ୟାନ ଥିଲେ,ସେଣ୍ଟ୍ରାଲ କୋପରେଟିଭ୍ ର ପ୍ରେସିଡେଣ୍ଟ ଥିଲେ, ଜିଲ୍ଲା ପରିଷଦ ଥିଲେ ଏବଂ ଦୁଇ ଦୁଇ ଥର ନିର୍ବାଚନ ଲଢ଼ି ଥିଲେ, ମୁଁ ଖଣ୍ଡପଡ଼ା ରେ ଜନ୍ମ୍ ହୋଇଛି ମୁଁ ଗୋଟେ ରାଜନୈତିକ ପରିବାର ପିଲା ମୁଁ ଦେଖୁଛି ନା ଖଣ୍ଡପଡ଼ାରେ ଗୋଟେ ଭଲ କଲେଜ ଅଛି, ନା ଗୋଟେ ଭଲ ମେଡିକାଲ ଅଛି ଏହିଭଳି ଅନେକ ସମସ୍ୟା ଅଛି ମୁଁ ଜାଣିଛି ଗୋଟେ ଚାଷୀ, ଖଟିଖିଆ, ଶ୍ରମିକ ଙ୍କ ସମସ୍ୟା କଣ, ଆହୁରି ଅନେକ ଯୁବକ ବାହାର କୁ ମାତ୍ର ପାଞ୍ଚ, ଛଅ ହଜାର ରେ କାମ କରିବାକୁ ଯାଉଛନ୍ତି ଏ ସବୁ ସମସ୍ୟା ମୁଁ ପ୍ରାଥମିକତା ଦେଇ ଖଣ୍ଡ ପଡା ର ଉନ୍ନତି ପାଇଁ କାର୍ଯ୍ୟ କରିବି
ପ୍ରଶ୍ନ- ଅନେକ ମନରେ ପ୍ରଶ୍ନ ଆସେ କୌଣସି ଦଳ ର ଆପଣ ପ୍ରାଥୀ ନହୋଇ କିଭଳି ଗତ ନିର୍ବାଚନ ରେ ଆପଣ ଓଡିଶା ର ଜଣେ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଙ୍କ ବିରୁଦ୍ଧ ରେ ନିର୍ବାଚନ ଲଢ଼ି ପାରିଲେ, ସେ ବିଷୟରେ କିଛି ଆଲୋକପାତ କରିବେ କି?
ଉତ୍ତର-ଗତ ୨୦୧୯ ନିର୍ବାଚନରେ ମୁଁ ସୌମ୍ୟ ପଟ୍ଟନାୟକ ଙ୍କ ବିରୁଦ୍ଧରେ ଲଢ଼ି ଥିଲି, ଓଡିଶା ରାଜନୀତି ରେ ସୌମ୍ୟ ପଟ୍ଟନାୟକଙ୍କୁ ଭୀଷ୍ମ ର ଆଖ୍ୟା ଦିଆଯାଇପାରେ ଏବଂ ତାଙ୍କ ସହିତ ଅନେକ ରାଜନୈତିକ ଯୋଦ୍ଧା ଦ୍ରୋଣ, କର୍ଣ୍ଣ ପରି ବ୍ୟକ୍ତିତ୍ୱ ଥିଲେ,ମୁଁ କିନ୍ତୁ ତାଙ୍କର ପ୍ରିୟ ଶିଷ୍ୟ ଅର୍ଜୁନ ପୁଅ ଅଭିମନ୍ୟୁ ଭାବେ ଲଢ଼ି ଥିଲି, ଆଗାମୀ ୨୦୨୪ ନିର୍ବାଚନ ରେ ମୁଁ ନିଶ୍ଚିତ ଅର୍ଜୁନଙ୍କ ପରି ନିର୍ବାଚନ ରଣାଙ୍ଗନରେ ଉତ୍ତିର୍ଣ୍ଣ ହୋଇ ଲଢ଼ିବି
ପ୍ରଶ୍ନ- ଗତ ପନ୍ଦର ବର୍ଷ ରେ ଖଣ୍ଡ ପଡା ସେ (ସୌମ୍ୟ ପଟ୍ଟନାୟକ)କିଛି ଉନ୍ନତି ର କାର୍ୟ୍ୟ କରିଛନ୍ତି କି?ସେ ବିଷୟରେ ରେ କିଛି କହିବେ କି?
ଉତ୍ତର- ଖଣ୍ଡ ପଡା ର ବାସିନ୍ଦା ଯେଉଁ ଭଲି ଉନ୍ନତି ଚାହିଁ ଥିଲେ ,ସେପରି କିଛି କାର୍ୟ୍ୟ ହୋଇନାହିଁ, ସେ ପରି ଜଣେ ବ୍ୟକ୍ତି ଚାହିଁ ଥିଲେ ଅନେକ କିଛି ଉନ୍ନତି ର କାର୍ଯ୍ୟ ହୋଇପାରିଥାନ୍ତା

