ଏସିଆର ସବୁଠାରୁ ଲମ୍ବା ସୁଢ଼ଙ୍ଗ କେଉଁଠି ଅଛି ଜାଣିଛନ୍ତି କି ? ତେବେ କହିରଖୁଛୁ ଭାରତର ଜମ୍ମୁ କାଶ୍ମୀରରେ ଏହି ସୁଢ଼ଙ୍ଗ ଅବସ୍ଥିତ । ସୁଢ଼ଙ୍ଗ ଭିତରେ ୧୦୦ମି ବ୍ୟବଧାନରେ ଲଗାଯାଇଛି କ୍ୟାମେରା । ୧୧ ହଜାର ଉଚ୍ଚରେ ଅବସ୍ଥିତ ଏହି ସୁଢ଼ଙ୍ଗର ନାଁ ଜୋଜିଲା ଟନେଲ । କେବଳ ଭାରତର ନୁହେଁ ଏହା ଏସିଆର ସବୁଠାରୁ ଲମ୍ବା ସୁଢ଼ଙ୍ଗ । ବରଫ ବର୍ଷା କାରଣରୁ ବରଫରେ ଆବୃତ ରହେ କାଶ୍ମୀରରୁ ଲେହ ଲଦାଖର ରାସ୍ତା । ତେଣୁ ଯାତାୟତ ବ୍ୟବସ୍ଥା ୬ ମାସ ଯାଏ ଏକ ପ୍ରକାର ଠପ୍ ହୋଇଯାଏ । ବର୍ତ୍ତମାନ ଏହି ସୁଢ଼ଙ୍ଗ ସାଜିଛି ସୁବିଧା ଯାତାୟତର ମାଧ୍ୟମ । ୨୦୨୦ରେ ସୁଡ଼ଙ୍ଗଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାକୁ ନିର୍ମାଣ କରିବାରେ ଖର୍ଚ୍ଚ ହୋଇଛି ମୋଟ୍ ୨୩୦୦ କୋଟି ଟଙ୍କା । ବର୍ତ୍ତମାନ ସାଢ଼େ ତିନି ଘଣ୍ଟାର ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ମାତ୍ର, ୧୫ ମିନିଟ ସମୟ । ଏହି ଟନେଲର ଲମ୍ବ ୧୪.୫ କିମି । ତେବେ ଟନେଲର ସମ୍ପୂର୍ଣ୍ଣ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ଅନୁମାନ କରାଯାଉଛି ।
Related Posts
ଜନ୍ତରମନ୍ତରକୁ କାହିଁକି ଘୋଷଣା କରାଗଲା ରାଜଧାନୀ ଦିଲ୍ଲୀର ମୁଖ୍ୟ ଧାରଣାସ୍ଥଳ?
ଭାରତର ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତର, ରାଜଧାନୀ ଦିଲ୍ଲୀର ମୁଖ୍ୟ ଧାରଣାସ୍ଥଳ। ବଡ ବଡ ବିକ୍ଷୋଭ ପ୍ରଦର୍ଶନ ଏଇଠି ହେଉଛି। ପୂର୍ବରୁ…
ଆସନ୍ତା ମାସ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା ମାସ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ…
ନିର୍ବାଚନ ହାରିବା ପରେ ମମତା ବାନାର୍ଜୀଙ୍କ ଘୋଷଣା, ଲୋକଭବନ ଯାଇ ଇସ୍ତଫା ଦେବିନି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ମମତା ଅଭିଯୋଗ କରିଛନ୍ତି ମୁଁ…

