ଏସିଆର ସବୁଠାରୁ ଲମ୍ବା ସୁଢ଼ଙ୍ଗ, ଏହା ଭିତରେ ୧୦୦ମି ବ୍ୟବଧାନରେ ଲଗାଯାଇଛି କ୍ୟାମେରା

ଏସିଆର ସବୁଠାରୁ ଲମ୍ବା ସୁଢ଼ଙ୍ଗ କେଉଁଠି ଅଛି ଜାଣିଛନ୍ତି କି ? ତେବେ କହିରଖୁଛୁ ଭାରତର ଜମ୍ମୁ କାଶ୍ମୀରରେ ଏହି ସୁଢ଼ଙ୍ଗ ଅବସ୍ଥିତ । ସୁଢ଼ଙ୍ଗ ଭିତରେ ୧୦୦ମି ବ୍ୟବଧାନରେ ଲଗାଯାଇଛି କ୍ୟାମେରା । ୧୧ ହଜାର ଉଚ୍ଚରେ ଅବସ୍ଥିତ ଏହି ସୁଢ଼ଙ୍ଗର ନାଁ ଜୋଜିଲା ଟନେଲ । କେବଳ ଭାରତର ନୁହେଁ ଏହା ଏସିଆର ସବୁଠାରୁ ଲମ୍ବା ସୁଢ଼ଙ୍ଗ । ବରଫ ବର୍ଷା କାରଣରୁ ବରଫରେ ଆବୃତ ରହେ କାଶ୍ମୀରରୁ ଲେହ ଲଦାଖର ରାସ୍ତା । ତେଣୁ ଯାତାୟତ ବ୍ୟବସ୍ଥା ୬ ମାସ ଯାଏ ଏକ ପ୍ରକାର ଠପ୍ ହୋଇଯାଏ । ବର୍ତ୍ତମାନ ଏହି ସୁଢ଼ଙ୍ଗ ସାଜିଛି ସୁବିଧା ଯାତାୟତର ମାଧ୍ୟମ । ୨୦୨୦ରେ ସୁଡ଼ଙ୍ଗଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାକୁ ନିର୍ମାଣ କରିବାରେ ଖର୍ଚ୍ଚ ହୋଇଛି ମୋଟ୍ ୨୩୦୦ କୋଟି ଟଙ୍କା । ବର୍ତ୍ତମାନ ସାଢ଼େ ତିନି ଘଣ୍ଟାର ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ମାତ୍ର, ୧୫ ମିନିଟ ସମୟ । ଏହି ଟନେଲର ଲମ୍ବ ୧୪.୫ କିମି । ତେବେ ଟନେଲର ସମ୍ପୂର୍ଣ୍ଣ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ଅନୁମାନ କରାଯାଉଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!