ବିଲେଇ ରାସ୍ତା କାଟିଲେ ଭଲ ନା ଖରାପ ଜାଣନ୍ତୁ

ବିଲେଇ ରାସ୍ତା କାଟିବା, ବିନା କାରଣରେ କାନ୍ଦିବାକୁ ଆମ ଦେଶରେ ଅଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ ରହିଛି , ଶୁଭ କାମରେ ଘରୁ ବାହାରକୁ ଯିବା ସମୟରେ ଯଦି କଳା ବିଲେଇ ରାସ୍ତା ପାସ୍ କରୁଛି ତେବେ ଏହା ଅଶୁଭ। କିନ୍ତୁ ଏହା ପ୍ରକୃତରେ ଶୁଭ ନା ଅଶୁଭ ଆସନ୍ତୁ ଜାଣିବା। ଜ୍ୟୋତିଷ ଶାସ୍ତ୍ରରେ ବିଲେଇ ରାହୁଙ୍କ ବାହାନ। ସେଥିପାଇଁ ବିଲେଇକୁ ଅଶୁଭ ବୋଲି କୁହାଯାଏ। ସେଥିପାଇଁ ବିଲେଇ ରାସ୍ତା ଅତିକ୍ରମକୁ ଅଶୁଭ ମାନି ରାସ୍ତାରେ କିଛି ସମୟ ଅଟକି ଯାଆନ୍ତି। ବାସ୍ତବରେ, ଏହା ଭୁଲ୍। କାହିଁକିନା ବିଲେଇ ରାସ୍ତା କାଟିବା ଅଶୁଭ ନୁହେଁ ବରଂ ଏହା ଆପଣଙ୍କୁ ଏକ ଆଗାମୀ ଘଟଣା ବିଷୟରେ ଦେଇଥାଏ ସୂଚନା।
ଯଦି ଆପଣଙ୍କ ସାମ୍ନାରେ ବିଲେଇ ବାମରୁ ଡାହାଣକୁ ଯାଉଛି, ତେବେ ଏହା ସୂଚିତ କରେ ଯେ ଆପଣ ଯେଉଁ କାମରେ ବାହାରକୁ ଯାଉଛନ୍ତି ସେଥିରେ ସଫଳତା ପାଇବା କଷ୍ଟକର । ଯଦି ବିଲେଇ ଆପଣଙ୍କ ଘରର ଦକ୍ଷିଣ ପାର୍ଶ୍ୱରେ କାନ୍ଦୁଛି, ତେବେ ଏହା ମଧ୍ୟ ଖରାପ ପରିସ୍ଥିତିକୁ ସୂଚାଏ । ଯେଉଁଠି ବିଲେଇମାନେ ପରସ୍ପର ସହ ଲଢ଼ୁଛନ୍ତି ସେଠି ଧନ ହାନୀର ସଙ୍କେତ ମିଳେ। ସେହିଭଳି, ଦୀପାବଳି ରାତିରେ ବିଲେଇ ଆପଣଙ୍କ ଘରକୁ ଆସିଲେ, ଏହା ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହା ଆପଣଙ୍କ ପାଇଁ ଧନର ସଙ୍କେତ । ସେଥିପାଇଁ ବିଲେଇ ରାସ୍ତା ଅତିକ୍ରମ କଲେ ମିଶ୍ରିତ ପ୍ରଭାବ ପକାଇଥାଏ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!