ବିବାହ ପରେ ବାଥରୁମ୍‌ ଯାଇଥିଲେ, ଫେରିବା ପରେ ଚାଲିଗଲା ଜୀବନ

ସିନ୍ଦୂର ଦାନ ପରେ ଚାଲିଗଲା ବରର ଜୀବନ। ବାଥରୁମ୍‌ ଯାଇଥିଲେ ବର ଫେରିବା ପରେ ଚାଲିଗଲା ଜୀବନ। ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ବାହାଘରରେ କନ୍ୟା ମଥାରେ ସିନ୍ଦୂର ଭରି ସାରିବା ପରେ ବରଙ୍କ ଜୀବନ ଚାଲିଯାଇଛି। ତେବେ ହାର୍ଟ ଆଟାକ୍ରେ ବରଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ଘଟଣା ଘଟିବା ପରେ କନ୍ୟା ଜଣକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଉଭୟ ବର ଓ କନ୍ୟା ପରିବାରରେ ଦୁଃଖର ଛାୟା ଖେଳିଯାଇଛି। ବରଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ କନ୍ୟା ଜଣକ ଅଚେତ ହୋଇ ପଡ଼ି ଯାଇଥିଲେ ଓ ପରିବାର ଲୋକ ତାଙ୍କୁ କୌଣସିମତେ ବୁଝାଶୁଝା କରିଛନ୍ତି।
ଘଟଣାଟି ହେଉଛି ମେ ୩ ତାରିଖର। ବାହାଘର ପରେ ବରଙ୍କ ଛାତିରେ ଅଚାନକ ଯନ୍ତ୍ରଣା ହୋଇଥିଲା। ତା’ର କିଛି ସମୟ ପରେ ହଠାତ ତାଙ୍କ ଜୀବନ ଚାଲିଗଲା। ତେବେ ବିବାହ ପୂର୍ବ ଦିନ ରାତିରେ ବି ବରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ବୋଲି ସଂପର୍କୀୟମାନେ କହିଛନ୍ତି। ସୂଚନାରୁ ପ୍ରକାଶ ଯେ ଝାଡ଼ଖଣ୍ଡର ବିନିତଙ୍କ ବିବାହ ଭାଗଲପୁରର ଆୟୁଷୀଙ୍କ ସହ ସ୍ଥିର ହୋଇଥିଲା। ବିନିତ ଦିଲ୍ଲୀରେ ଥିବା ଏକ ବେସରକାରୀ କମ୍ପାନିରେ ସଫ୍ଟୱେୟାର୍ ଇଞ୍ଜିନିୟର୍ ଭାବେ କାମ କରୁଥିବା ବେଳେ ଆୟୁଷୀ ମଧ୍ୟ ଏକ ମଲ୍ଟି ନେସ୍ନାଲ୍ କମ୍ପାନିରେ ଚାକିରି କରୁଥିଲେ।
ବୁଧବାର ଦିନ ବିନିତ ବରଯାତ୍ରୀ ନେଇ ବାହା ହେବାକୁ ପହଞ୍ଚିଥିଲେ। ବିବାହର ରୀତିୀନୀତି ସହ ଫଟୋ ସେସନ୍ ବି ହୋଇଥିଲା। ଗୁରୁବାର ସକାଳୁ ସିନ୍ଦୂର ଦାନ ହୋଇଥିଲା। ସିନ୍ଦୂର ଦାନ ପରେ ବିନିତ ବାଥ୍ରୁମ୍ ଯାଇଥିଲେ। ସେ ବାଥ୍ରୁମ୍ରୁ ବାହାରିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେଲା ଓ ସେ ଟଳିପଡ଼ିଲେ। ସେଠାରେ ଥିବା ଲୋକ ବିନିତଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିବା ପରେ ବି ସେ ସେଠାରୁ ଉଠି ନଥିଲେ।

Post Views82 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!