ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ବାତ୍ୟା ମୋକା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ବାତ୍ୟା ମୋକା। ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୧୩ ଓ ୧୪ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନମର ବେଗ ୫୦-୬୦ କିଲୋମିଟର ରହିବ । ଏବେ ବାଂଲାଦେଶଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୨୧୦ କିଲୋମିଟର ଦୂରରେ ରହିଛି।

୧୨ ତାରିଖକୁ ଅତି ପ୍ରବଳ ବାତ୍ୟାରେ ପରିଣତ ହେବ । ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରି ୧୪ ତାରିଖ ପୂର୍ବାହ୍ନରେ  ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁବ ।

ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦୀପପୂଞ୍ଜ ଓ ବାଂଲାଦେଶ ଓ ମିଆଁମାର ଉପରେ ରହିବ ବିଶେଷ ପ୍ରଭାବ । ମିଜୋରାମ, ତ୍ରୀପୂରା ଏବଂ ମଣିପୁର ଉପରେ ମଧ୍ୟ ପ୍ରଭାବ ରହିବ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!