ତିନିଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ସନ୍ଧ୍ୟାରେ ପୁରୀ ରେଳ ଷ୍ଟେଶନର ନିରୀକ୍ଷଣ କରିବା ସହ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ଲାଗି ହୋଇଥିବା ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିବେ।
ଏଥିସହ ପୁରୀରେ ରହି ରଥଯାତ୍ରା ଦେଖିବା ପରେ ୨୦ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରର ସ୍ଥିତି ଅନୁଧ୍ୟାନ ସହ ବାଲେଶ୍ୱର ଜିଲା ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ଭେଟିବେ। ପରେ ବାଲେଶ୍ୱର ରେଳ ଷ୍ଟେଶନର ବିକାଶ କାର୍ଯ୍ୟ ଯାଞ୍ଚ୍ କରି ଜିଲା ପ୍ରଶାସନ ସହ ଆଲୋଚନା କରିବେ।

