ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛନ୍ତି ସରକାର। ସମସ୍ତ ଜିଲ୍ଲା ପ୍ରଶାସନ କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି, ସଫଳତାର ସହ ମୁକାବିଲ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର ଅଧିକାରୀଙ୍କ ସହ ନିଜେ ମନ୍ତ୍ରୀ ବାତ୍ୟାର ଗତି ନେଇ ଆଲୋଚନା କରିଛନ୍ତି   । ଓଡ୍ରାଫ, ଏନଡିଆରଏଫ ସହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବା ସହ ସମସ୍ତ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଓଡିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ରାଜ୍ୟବାସୀଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି କୌଣସି ପ୍ରକାର ଭୟଭୀତ ହୁଅନ୍ତୁ ନାହିଁ। ସରକାର ସେମାନଙ୍କ ସାଥୀରେ ଅଛନ୍ତି । ଲୋକଙ୍କ ରକ୍ଷା କବଚ ହେବା ପାଇଁ ବିଭାଗ ପ୍ରସ୍ତୁତ ଅଛି ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!