ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଗିରଫ । କୋର୍ଟ ୩ବର୍ଷ ଦଣ୍ଡାଦେଶ ଦେବା ପରେ, ଲାହୋରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି ପାକିସ୍ତାନ ପୋଲିସ ।
ଅଦାଲତ ଇମ୍ରାନଙ୍କୁ ୩ବର୍ଷ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତିି । ତେବେ ଜରିମାନା ଆଦାୟ ହୋଇନପାରିଲେ ସେ ଆଉ ୬ମାସ ଜେଲରେ ରହିବେ ।
୨୦୧୮ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବାବେଳେ କ୍ଷମତାର ଅପବ୍ୟବହାର କରି ଖାଁ ରାଷ୍ଟ୍ର ମାଲିକାନାରେ ଥିବା ଉପହାର ସବୁକୁ ବିକାକିଣା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ସେ ବିଦେଶ ଗସ୍ତ କରିଥିବା ସମୟରେ ବହୁ ଉପହାର ପାଇଥିଲେ । ସେ ସବୁର ମୂଲ୍ୟ ୧୪୦ ନିୟୁତ କୋଟି ଟଙ୍କାରୁ ଅଧିକ ହେବ ।
ତେବେ ଏହାକୁ ସମାଲୋଚନା କରିଛି ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ । କେବଳ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରି ଜେଲରେ ଭର୍ତି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

