ଚନ୍ଦ୍ରଯାନ ପରେ ଏବେ ସୂର୍ଯ୍ୟଯାନ । ବର୍ତ୍ତମାନ ଦେଶରେ ଚନ୍ଦ୍ରଯାନକୁ େନଇ ଚର୍ଚ୍ଚା ଝୋର ଧରିଥିବା ବେଳେ ସୂର୍ଯ୍ୟଯା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏନେଇ ପ୍ରସ୍ତୁତ ହୋଇଛି ଆଦିତ୍ୟ-ଏଲ୧ । ଇସ୍ରୋ ରିପୋର୍ଟରେ କୁହାଯାଇଛି- ବେଙ୍ଗାଳୁରୁସ୍ଥିତ ୟୁଆର ରାଓ ସାଟେଲାଇଟ ସେଣ୍ଟରରେ ପ୍ରସ୍ତୁତ ହୋଇଥିବା ସାଟେଲାଇଟ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେ ପହଞ୍ଚିଛି । ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଥିବା ହାଲୋ ଅରବିଟରେ ଏହାକୁ ଅବସ୍ଥାନ କରାଯିବ । ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ଯାନକୁ ଅବସ୍ଥାପିତ କରାଯିବ । ଏଲ୧ ପଏଣ୍ଟରେ ଅବସ୍ଥାନ କରାଗଲେ ଧାରାବାହିକ ଭାବେ ସୂର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇପାରିବ । ସାଟେଲାଇଟରେ ସାତଟି ପେ-ଲୋଡ ରହିବ । ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ ବା ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ ।
Related Posts
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ
ଜମ୍ମୁ-କାଶ୍ମୀର ମାଟିରେ ପୁଣି ଥରେ ଆତଙ୍କବାଦ ମାଡ଼ି ଆସିଛି। ପହଲଗାମ୍ର ବୈସାରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ…
ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO!
ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ପରିଚାଳନାକୁ ଅଧିକ ବୃତ୍ତିଗତ ଏବଂ ସ୍ୱଚ୍ଛ କରିବା ଦିଗରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ…
ନୂଆ ଦିଲ୍ଲୀରେ ପହଞ୍ଚିଲେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
ନୂଆଦିଲ୍ଲୀରେ ପହଞ୍ଚିଲେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ନିଜର ବହୁ ପ୍ରତୀକ୍ଷିତ ଭାରତ ଯାତ୍ରାରେ ନୂଆଦିଲ୍ଲୀର ପାଲମ ଏୟାରପୋର୍ଟରେ…

