ଚନ୍ଦ୍ରଯାନ ପରେ ଏବେ ସୂର୍ଯ୍ୟଯାନ । ବର୍ତ୍ତମାନ ଦେଶରେ ଚନ୍ଦ୍ରଯାନକୁ େନଇ ଚର୍ଚ୍ଚା ଝୋର ଧରିଥିବା ବେଳେ ସୂର୍ଯ୍ୟଯା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏନେଇ ପ୍ରସ୍ତୁତ ହୋଇଛି ଆଦିତ୍ୟ-ଏଲ୧ । ଇସ୍ରୋ ରିପୋର୍ଟରେ କୁହାଯାଇଛି- ବେଙ୍ଗାଳୁରୁସ୍ଥିତ ୟୁଆର ରାଓ ସାଟେଲାଇଟ ସେଣ୍ଟରରେ ପ୍ରସ୍ତୁତ ହୋଇଥିବା ସାଟେଲାଇଟ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେ ପହଞ୍ଚିଛି । ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଥିବା ହାଲୋ ଅରବିଟରେ ଏହାକୁ ଅବସ୍ଥାନ କରାଯିବ । ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ଯାନକୁ ଅବସ୍ଥାପିତ କରାଯିବ । ଏଲ୧ ପଏଣ୍ଟରେ ଅବସ୍ଥାନ କରାଗଲେ ଧାରାବାହିକ ଭାବେ ସୂର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇପାରିବ । ସାଟେଲାଇଟରେ ସାତଟି ପେ-ଲୋଡ ରହିବ । ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ ବା ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ ।
Related Posts
ତିରୁପତିରେ ଅନନ୍ତ ଅମ୍ବାନୀ: ୨୫ଟି ଇଲେକ୍ଟ୍ରିକ୍ ବସ୍ ଦାନ
ତିରୁପତି:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୁପୁତ୍ର ଅନନ୍ତ ଅମ୍ବାନୀ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମଲା ଭେଙ୍କଟେଶ୍ଵର ମନ୍ଦିର (ତିରୁପତି) ଗସ୍ତ…
ନାଗରିକତା ନିୟମର ଧାରା ‘୬କ’କୁ ବୈଧ ଘୋଷଣା କଲେ ସୁପ୍ରିମ୍କୋର୍ଟ
ନାଗରିକତା ନିୟମର ଧାରା ‘୬କ’କୁ ସୁପ୍ରିମ୍କୋର୍ଟ ବୈଧ ଘୋଷଣା କରିଛନ୍ତି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ଙ୍କର କହିବା କଥା ହେଲା ୬କ…
ବିବାହ ପରେ ବାଥରୁମ୍ ଯାଇଥିଲେ, ଫେରିବା ପରେ ଚାଲିଗଲା ଜୀବନ
ସିନ୍ଦୂର ଦାନ ପରେ ଚାଲିଗଲା ବରର ଜୀବନ। ବାଥରୁମ୍ ଯାଇଥିଲେ ବର ଫେରିବା ପରେ ଚାଲିଗଲା ଜୀବନ। ବିହାରର ଭାଗଲପୁରରେ…

