ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଲେଖା ଅଛି ଭାରତ

ଭାରତ ନାଁକୁ ନେଇ କିଛି ଦିନ ହେବ ଦେଶରେ ବିତର୍କ ଜାରି ରହିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଅତିଥିଙ୍କୁ ପଠାଇଥିବା ନିମନ୍ତଣ ପତ୍ର ପଠାଇଥିଲେ । ଯେଉଁଥିରେ ପ୍ରେସିଡେଂଟ ଅଫ୍ ଇଣ୍ଡିଆ ଜାଗାରେ ପ୍ରେସିଡେଂଟ ଅଫ୍ ଭାରତ ଲେଖାଥିଲା । ହେଲେ ପ୍ରଥମ ଥର ପାଇଁ ତାଙ୍କ ଆସନ ଫଳକରେ ଇଂରାଜୀରେ ଇଣ୍ଡିଆ ବଦଳରେ ଭାରତ ଲେଖାଥିବା ଦେଖିବାକୁ ମିଳିଛି । ଇଣ୍ଡିଆ ନୁହେଁ ଚିହ୍ନିତ ହେଲା ଭାରତ । ଜି-୨୦ ସମ୍ମିଳନୀର ପ୍ରଥମ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ସିଟରେ ବସିଛନ୍ତି ସେଠାରେ ଥିବା ଫଳକରେ ଇଂରାଜୀରେ ଭାରତ ଲେଖାଯାଇଛି । ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସିଟ୍ ଫଳକରେ ଇଂରାଜୀରେ ଇଣ୍ଡିଆ ଲେଖାଯାଉଥିଲା । ଯେଉଁଥିରେ ଇଣ୍ଡିଆ ଜାଗାରେ ପ୍ରାଇମ ମିନିଷ୍ଟର ଅଫ୍ ଭାରତ ଲେଖାଥିଲା । ବିରୋଧୀ କହିଛନ୍ତି, ମେଣ୍ଟର ନାମ ଇଣ୍ଡିଆ ହେବା ପରେ ନିର୍ବାଚନର ପରାଜୟ ଆଶଙ୍କା କରି ପ୍ରଧାନମନ୍ତ୍ରୀ ଭୟଭୀତ ହୋଇଯାଇଛନ୍ତି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!