ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ଇଣ୍ଡିଆ ଲିମିଟେଡକୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏଏମ୍ଏନଏସ୍ ଇଣ୍ଡିଆର ଓଡ଼ିଶା ଅପରେସନ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା.ଜି କହିଛନ୍ତି, ଏଚ୍ଏସଇ ଇନୋଭେଶନ୍ ଆୱାର୍ଡ ପାଇ ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହା ଏକ କର୍ମକ୍ଷେତ୍ର ଓ ସଂସ୍କୃତି ପ୍ରତିପାଦନ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।
ଉଲ୍ଲେଖଯୋଗ୍ୟ, ପୁଣେର ପ୍ରୋ-ଏମ୍ଏଫ୍ଜି ମିଡ଼ିଆ ଦ୍ୱାରା ଆୟୋଜିତ କ୍ୟୁୟୁପିଆଇଡି କନ୍ଫରେନ୍ସ ଆଣ୍ଡ ଆୱାର୍ଡ-୨୦୨୩ ସମାରୋହରେ ଏଏମ୍ଏନଏସ୍କୁ ଏଚ୍ଏସଇ ଇନୋଭେଶନ୍ ଆଓ୍ବାର୍ଡ-୨୦୨୩ ପ୍ରଦାନ କରାଯାଇଛି। ବିଶେଷ କରି ବୃହତ ପ୍ରକ୍ରିୟା ପ୍ଲାଣ୍ଟ ବର୍ଗରେ ଏଏମ୍ଏନଏସ୍ ଇଣ୍ଡିଆର ଓଡ଼ିଶା ଅପରେସନ୍ସକୁ ଉକ୍ତ ପୁରସ୍କାର ଦିଆଯାଇଛି। ଏପରିକି କମ୍ପାନୀର ଏହା ଏକ ଉଲ୍ଲେଖନୀୟ ସଫଳତା ହୋଇଥିବାବେଳେ ସମଗ୍ର ଭାରତର ୩୫୦ରୁ ଅଧିକ ଅନୁଷ୍ଠାନ ବିଭିନ୍ନ ବର୍ଗରେ ପ୍ରାୟ ୭୦୦ ନାମାଙ୍କନ କରିଥିଲେ।
ଏ ସମ୍ପର୍କରେ ଏଏମ୍ଏନଏସ୍ ଇଣ୍ଡିଆ ଏବଂ ଇଣ୍ଡୋନେସିଆର ହେଡ (ଏଚ୍ ଆଣ୍ଡ ଏସ୍) ସାରଙ୍ଗ ଅରୁଣ ମହାଜନ କହିଛନ୍ତି, ଆମେ ଶୂନ୍ୟ ଦୁର୍ଘଟଣା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ। ଏପରିକି ଏଚଏସଇ ନୀତି ଓ ମାନଦଣ୍ଡର ଉନ୍ନତି ଉପରେ ଆମେ ବିଶେଷ ଧ୍ୟାନ ଦେବା ଜାରି ରଖିଛୁ।

